ଆସନ୍ତା ମାସରୁ ରେଳଭଡ଼ାରେ ରିହାତି ଯୋଜନା : ଏସି ଚେୟାର୍‌ କାର୍‌ ,ଏକ୍‌ଜିକ୍ୟୁଟିଭ୍‌ ଟିକେଟ ଶସ୍ତା ହେବ

ନୂଆଦିଲ୍ଲୀ : ଆସନ୍ତା ମାସ ଶେଷ ଆଡ଼କୁ ରେଳଭଡ଼ାରେ ରିହାତି ଯୋଜନା ଲାଗୁ ହେବ। ଶତାବ୍ଦୀ, ଗତିମାନ, ତେଜସ୍‌, ଡବଲ୍‌ ଡେକର୍‌, ଇଣ୍ଟର୍‌ସିଟି ଭଳି ରେଳଗାଡ଼ିର ଏସି ଚେୟାର କାର୍‌ ଏବଂ ଏକ୍‌ଜିକ୍ୟୁଟିଭ୍‌ ବର୍ଗରେ ସିଟ୍‌ ଉପରେ ରିହାତି ମିଳିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ,ରେଳ ଟିକେଟରେ ଏହି ରିହାତି ମୂଳ ଭଡ଼ା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ମିଳିପାରିବ । ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ଶୁଳ୍କ, ଜିଏସ୍‌ଟି ଇତ୍ୟାଦି ଅଲଗା ଭାବେ ଲାଗୁ ହେବ। ଏହି ରିହାତି ଯାତ୍ରାର ପ୍ରଥମ କିମ୍ବା ଅନ୍ତିମ ପର୍ଯ୍ୟାୟ ପାଇଁ ଲାଗୁ ହେବ । ଯାତ୍ରାର ମଧ୍ୟବର୍ତ୍ତୀ କାଳ କିମ୍ବା ସମ୍ପୂର୍ଣ୍ଣ ଯାତ୍ରା ପାଇଁ ମଧ୍ୟ ଉପଲବ୍ଧ ହୋଇପାରିବ । କ୍ଷେତ୍ରୀୟ ରେଲୱେର ପ୍ରଧାନ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକଙ୍କୁ ରିହାତି ପ୍ରଦାନ କରିବାର ଅଧିକାର ଅର୍ପଣ କରାଯାଇଛି । ଗତବର୍ଷ ମାସିକ ୫୦ ପ୍ରତିଶତରୁ କମ୍‌ ସିଟ ସଂରକ୍ଷିତ ହୋଇପାରିଥିବା ଟ୍ରେନ୍‌ ଗୁଡ଼ିରେ କେବଳ ଏହି ରିହାତି ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର