ଏବର୍ଷ ଦେଢ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ରେଳ

ନୂଆଦିଲ୍ଲୀ : ଆଗାମୀ ଦେଢ ବର୍ଷରେ ୧୦ ଲକ୍ଷ  ସରକାରୀ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ବିଭିନ୍ନ ସରକାରୀ ମନ୍ତ୍ରାଳୟ ଓ ସଂସ୍ଥାମାନେ ନିଜର ନିଯୁକ୍ତ ଯୋଜନା ସଂପର୍କରେ ଘୋଷଣା କରିବା ଆରମ୍ଭ କରିଛନ୍ତି ।

ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାରତୀୟ ରେଳ ଆସନ୍ତା ୧ ବର୍ଷ ମଧ୍ୟରେ ୧ ଲକ୍ଷ ୪୮ ବଜାର ୪୬୩ଟି ନୂଆ ନିଯୁକ୍ତି ଦେବାକୁ ଘୋଷଣା କରିଛି । ବିଗତ ୮ ବର୍ଷ ହେଲା ଭାରତୀୟ ରେଳ ବର୍ଷକୁ ହାରାହାରି ୪୩,୬୭୮ଟି ନିଯୁକ୍ତି ଦେଇଆସୁଥିଲା । ଏହି ୮ ବର୍ଷରେ ( ୨୦୧୪-୧୫ ରୁ ୨୦୨୧-୨୨ ପର୍ଯ୍ୟନ୍ତ) ରେଳବାଇ ମୋଟ ୩ ଲକ୍ଷ ୪୯ ହଜାର ୪୨୨ ଟି ନିଯୁକ୍ତି ଦେଇଥିଲା ।

ପୂର୍ବରୁ ପ୍ରକାଶିତ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ ରେଳ ଗତ ୬ ବର୍ଷରେ ପ୍ରାୟ ୭୨ ହଜାର ପଦବୀକୁ ଉଚ୍ଛେଦ କରିଦେଇଛି । ଏଗୁଡ଼ିକ ମୁଖ୍ୟତଃ ଗ୍ରୁପ-ସି ଓ ଗ୍ରୁପ-ଡି ପଦବୀ । ଟେକନଲୋଜୀର ବିକାଶ ଫଳରେ ଏସବୁ ପଦବୀଗୁଡ଼ିକ କ୍ରମଶଃ ଅଦରକାରୀ ହୋଇପଡ଼ିଛି । ରେଳ ମନ୍ତ୍ରାଳୟ ପକ୍ଷରୁ ମୋଟ ୮୧ ହଜାର ଏପରି ପଦବୀ ଉଚ୍ଛେଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ନୂଆ ନିଯୁକ୍ତି ବେଳେ ଏସବୁ ପଦବୀଗୁଡ଼ିକ ପାଇଁ କୌଣସି ନୂଆ ନିଯୁକ୍ତ ହେବ ନାହିଁ । ପୁଣି ଏପରି ପଦବୀରେ ବର୍ତ୍ତମାନ ଥିବା କର୍ମଚାରୀମାନେ ଅବସର ନେବା ପରେ କୌଣସି ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ନାହିଁ ।

 

ସମ୍ବନ୍ଧିତ ଖବର