ବିନା ଦରଖାସ୍ତରେ ଦୀର୍ଘ ଦିନ ଛୁଟିରେ ଥିବା ୧୩, ୦୦୦ କର୍ମଚାରୀଙ୍କୁ ବହିଷ୍କାର କରିବ ରେଳବାଇ

ନୂଆଦିଲ୍ଲୀ: ଦୀର୍ଘ ଦିନ ହେବ ବିନା ଦରଖାସ୍ତରେ ଅନୁପସ୍ଥିତ ଥିବା ୧୩, ୦୦୦ରୁ ଅଧିକ କର୍ମଚାରୀଙ୍କ ବିରୋଧରେ ଚାକିରିରୁ ବହିଷ୍କାର ନିୟମ ଆଧାରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ରେଳବାଇ।

ବିଭିନ୍ନ ରେଳବାଇ ପ୍ରତିଷ୍ଠାନରେ ଦୀର୍ଘ ଦିନ ହେବ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିବାକୁ ଶୀର୍ଷ ସ୍ତରୀୟ ଅଧିକାରୀମାନଙ୍କୁ ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ କହିବା ପରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଅଭିଯାନରୁ ଜଣାପଡ଼ିଲା ଯେ ୧୩ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୧୩, ୦୦୦ ରୁ ଅଧିକ କର୍ମଚାରୀ ବିନା ଦରଖାସ୍ତରେ ଦୀର୍ଘ ଦିନ ହେବ ଚାକିରିରୁ ଅନୁପସ୍ଥିତ ଅଛନ୍ତି।

ରେଳବାଇ ଏକ ବିବୃତିରେ କହିଛି: ଏ ଭଳି ଅନୁପସ୍ଥିତ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ନିୟମ ଆଧାରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ନିର୍ଦ୍ଧାରିତ ପ୍ରକ୍ରିୟା ଆଧାରରେ ଏହି କର୍ମଚାରୀମାନଙ୍କୁ ବାଛି ବହିଷ୍କାର କରିବା ପାଇଁ ରେଳବାଇ ସମସ୍ତ ଅଧିକାରୀ ଏବଂ ସୁପରଭାଇଜର୍‌ମାନଙ୍କୁ ନିର୍ଦେଶ ଦେଇଛି।

ସମ୍ବନ୍ଧିତ ଖବର