ନୂଆଦିଲ୍ଲୀ : ପୂର୍ବରୁ ଯାତ୍ରୀମାନଙ୍କ ପାଇଁ ଅନେକ ସୁବିଧା ଆରମ୍ଭ କରାଯାଇଥିବା ବେଳେ ଏବେ ଆଉ ଏକ ଖାସ୍ ସୁବିଧା ଆଣିବାକୁ ଯାଉଛି ଭାରତୀୟ ରେଳ । ବରିଷ୍ଠ ନାଗରିକ, ୪୫ବର୍ଷ ବା ଅଧିକ ବୟସର ମହିଳା ଏବଂ ଗର୍ଭବତୀ ମହିଳାମାନଙ୍କ ପାଇଁ ଟ୍ରେନର ଲୋୟର ବର୍ଥରେ ଥିବା କୋଟାକୁ ଭାରତୀୟ ରେଳ ଖୁବ୍ ଶୀଘ୍ର ବଢ଼ାଇବାକୁ ଯାଉଛି । ଶନିବାର ରେଳ ମନ୍ତ୍ରାଳୟ ଏହି ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି ।
ଏବେ ସ୍ଲିପରରେ ବରିଷ୍ଠ ନାଗରିକ, ୪୫ବର୍ଷ ବା ତଦୁର୍ଦ୍ଧ ମହିଳା ଏବଂ ଗର୍ଭବତୀ ମହିଳାମାନଙ୍କ ପାଇଁ ୬ଟି କୋଟା ଥିବା ବେଳେ ୨ଏସି ଏବଂ ୩ ଏସିରେ ୩ଟି ଲେଖାଏଁ କୋଟା ରହିିଛି । ରାଜଧାନୀ, ଦୂରନ୍ତ ଏବଂ ଏସି ଏକ୍ସପ୍ରେସ୍ ଟ୍ରେନ୍ରେ ୩ ଏସି ପାଇଁ ୪ଟି କୋଟା ଥିବା ବେଳେ ୨ ଏସି ପାଇଁ ୩ଟି କୋଟା ରହିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/12/download-8-3.jpg)
ଏବେ ଏହାକୁ ବୃଦ୍ଧି କରାଯାଇ ଏକରୁ ଅଧିକ ସ୍ଲିପର କୋଚ୍ ଥିବା ଟ୍ରେନରେ ଡବା ପିଛା ୭ଟି କୋଟା ରହିବ ବୋଲି ଜଣାପଡ଼ିଛି । ସେହିପରି ଟ୍ରେନରେ ଗୋଟିଏ ୨ଏସି କୋଚ୍ ଥିଲେ ସେଥିରେ ୩ଟି କୋଟା ରହିବା ସହ ଏକରୁ ଅଧିକ ୨ଏସି କୋଚ୍ ଥିଲେ ୪ଟି ସିଟ୍ ସଂରକ୍ଷିତ ହୋଇ ରହିବ ବୋଲି ସୂଚନା ମିଳିଛି । ରାଜଧାନୀ, ଦୂରନ୍ତ ଏବଂ ଏସି ଏକ୍ସପ୍ରେସ୍ ଟ୍ରେନ୍ରେ ୪ଟି ଲେଖାଏଁ ସିଟ୍ ସଂରକ୍ଷିତ ହୋଇ ରହିବ ବୋଲି କୁହାଯାଇଛି ।