ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରାଖଣ୍ଡର ଚାମୋଲିରେ ହୋଇଥିବା ହିମସ୍ଖଳନରେ ମାଣା ଗାଁ ଗ୍ଲେସିୟର ତରଳିବା ଦ୍ୱାରା ୪୭ ଜଣ ଶ୍ରମିକ ବରଫ ତଳେ ପୋତି ହୋଇଯାଇଥିଲେ । ଏଥି ପାଇଁ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ନଅ ଜଣଙ୍କୁ ଉଦ୍ଧାର କରାଯାଇନାହିଁ। ସେମାନଙ୍କ ମଧ୍ୟରୁ ଚାରି ଜଣ ଗୁରୁତର ଅଛନ୍ତି। ସମସ୍ତ ଉଦ୍ଧାର ଶ୍ରମିକ ମାନାରେ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି) ଶିବିରରେ ଚିକିତ୍ସାଧୀନ ଅଛନ୍ତି।
ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ଏକ ତାଲିକା ଅନୁଯାୟୀ, ଫସି ରହିଥିବା ଶ୍ରମିକମାନେ ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଜମ୍ମୁ କାଶ୍ମୀର ସମେତ ଅନ୍ୟାନ୍ୟ ରାଜ୍ୟର। ତାଲିକାରେ ୧୦ ଜଣ ଶ୍ରମିକଙ୍କ ନାମ ଅଛି, ସେମାନେ କେଉଁ ରାଜ୍ୟର ତାହା ଉଲ୍ଲେଖ କରିନାହାନ୍ତି।
ସୂଚନା ଅନୁସାରେ ଶୁକ୍ରବାର ଉତ୍ତରାଖଣ୍ଡ ଚମୋଲୀ ଗରୱାଲ ସେକ୍ଟରରେ ଭୟଙ୍କର ଭୁସ୍ଖଳନ ଘଟଣା ଘଟିଛି । ପାହାଡ ପାଦ କାମ କରୁଥିବା ଶ୍ରମିକ ବରଫଖଣ୍ଡ ଭିତରେ ଫସିରହିଛନ୍ତି । ଭାରତ ଚୀନ ସୀମା ନିକଟରେ ମାଣା ସହର ନିକଟରେ ଶ୍ରମିକ ମାନେ କାମ କରୁଥିବାବେଳେ ହଠାତ ଭୟଙ୍କର ଭୁସ୍ଖଳନ ଘଟିଛି ଓ ଫସିଛନ୍ତି ଶ୍ରମିକ । ଏଠାରେ ଏକ ଖନନ କାମ ଚାଲିଥିବାବେଳେ ହଠାତ ଭୟଙ୍କର ଭୁସ୍ଖଳନ ଘଟିଥିଲା । କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ବାକିଙ୍କୁ ଯଥାଶିଘ୍ର ଉଦ୍ଧାର ପାଇଁ ପ୍ରୟାସ କରୁଛି ବିଆରଓ, ଭାରତୀୟ ସେନା, ଏନଡିଆରଏଫ ଟିମର ମିଳିତ ଟିମ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/03/01/vG2EIPjl6nAIKsbqE4Ue.jpg)