ମୁମ୍ବାଇ: ବାହାରେ ପ୍ରବଳ ବର୍ଷା, କେତେବେଳେ କେଉଁ ମୁହୂର୍ତ୍ତରେ ବର୍ଷା ଢାଳୁଛି କିଛି ବି କହି ହେଉନି । ଲଗାଣ ବର୍ଷା ପାଇଁ ବେହାଲ ହେଉଛି ସ୍ଥିତି । ଥରେ ବର୍ଷା ଆରମ୍ଭ ହେଲେ ଛାଡିବାର ନାଁ ନେଉନି । ବର୍ଷା ପାଇଁ ସହରରେ ସୃଷ୍ଟି ହେଉଛି ଜଳବନ୍ଦୀ ପରିସ୍ଥିତି । ଲୋକେ ପାଣିରେ ଫସି ରହୁଛନ୍ତି । ଜୀବନ ଜଳବନ୍ଦୀ ହେଉଛି । ଘରୁ ବାହାରକୁ ବାହାରିଥିବା ଲୋକଟେ ଆଉ ଘରେ ପହଞ୍ଚି ପାରୁନି । ରାସ୍ତାରେ ବୁଡୁଛି ବାଇକ୍, ଭାସୁଛି କାର୍ । ନଈ ପାଲଟୁଛି ରାସ୍ତା । ଆଉ ଏତିକି ବେଳେ ଏସବୁ ସମସ୍ୟାର ସମାଧାନ ପାଇଁ ସାଧାରଣ ଲୋକଙ୍କ ପାଇଁ ପୋଲିସ ଜାରି କରିଛି ପରାମର୍ଶ ।
Due to heavy rainfall in Mumbai and nearby districts, citizens are advised to stay indoors unless absolutely necessary, avoid coastal areas, and drive cautiously.
— मुंबई पोलीस - Mumbai Police (@MumbaiPolice) July 25, 2025
Our officials and staff are on high alert and ready to assist Mumbaikars. In case of any emergency, please dial 100…
ଗତ ଦୁଇ ଦିନ ହେବ ବର୍ଷାରେ ବେହାଲ ହୋଇଥିବା ମୁମ୍ବାଇ ପାଇଁ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପରାମର୍ଶ ଦେଇଛି । ଏକ ଟୁଇଟ୍ କରି ପୋଲିସ ଲୋକଙ୍କୁ ବର୍ଷା ବେଳେ ଘରେ ରହିବାକୁ ପରାମର୍ଶ ଦେଇଛି । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । ମୁମ୍ବାଇ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବା ବେଳେ ବର୍ଷା ସମୟରେ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଜାରି କରିଛି ପୋଲିସ । ଏଥିସହ ସମୁଦ୍ର କୂଳ ଅଞ୍ଚଳ ବୁଲାବୁଲି ନକରିବା ପାଇଁ ବି ପରାମର୍ଶ ଜାରି କରାଯାଇଛି । ପୋଲିସ ସବୁ ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିଛି । କୌଣସି ବି ପରିସ୍ଥିତିର ସାମ୍ନା କରୁଥିଲେ ଲୋକଙ୍କୁ ପୋଲି, ୧୦୦ରେ ଫୋନ୍ କରିବାକୁ କହିଛି । ମୁମ୍ବାଇ, ନଭି ମୁମ୍ବାଇ, ଥାନେ ଆଦି ଅନେକ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲଗାଣ ବର୍ଷା ହେଲେ ସ୍ଥିତି ସାଙ୍ଘାତିକ ହେଉଥିବାରୁ ପୋଲିସ ଆଗୁଆ ସତର୍କ କରାଇଛି ।