ନୂଆଦିଲ୍ଲୀ: ବୁଧବାର ରାତିରେ ଉତ୍ତର ଭାରତରେ ପ୍ରଳୟଙ୍କରୀ ଝଡ଼ ତୋଫାନ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୨୯ ଛୁଇଁଥିବା ବେଳେ ଏବେ ମଧ୍ୟ ବିପଦ ଟଳିନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ପାଣିପାଗ ବିଭାଗ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଏହି ୪ଟି ରାଜ୍ୟରେ ଆସନ୍ତା ୮ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଦେଶର ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ ଅଞ୍ଚଳରେ ମଧ୍ୟ ଘୂର୍ଣ୍ଣିଝଡ଼ ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଆସାମ, ମେଘାଳୟ, ନାଗାଲାଣ୍ଡ, ସିକିମ, ମିଜୋରାମ, ମଣିପୁର ଓ ତ୍ରିପୁରାରେ ମଧ୍ୟ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ସମ୍ଭାବନା ରହିଛି। ସେହିଭଳି ତାମିଲନାଡୁ, କେରଳ, ଆସାମ, ମେଘାଳୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଋତୁରେ କାଳ ବୈଶାଖୀ ସ୍ୱାଭାବିକ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଦୀର୍ଘ ୬୦ ବର୍ଷ ପରେ ଏଭଳି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି, ଯାହାକି ଦେଶର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା କୁହାଯାଇଛି। ପଶ୍ଚିମ ବାୟୁରେ ବିଭ୍ରାଟ ଯୋଗୁଁ ପାଣିପାଗରେ ଏଭଳି ପରିବର୍ତ୍ତନ ହୋଇଥିବା ପାଣିପାଗ ବିଭାଗର ବରିଷ୍ଠ ଗବେଷକ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଚଳିତବର୍ଷର ତାପମାତ୍ରା ୪୫ ଡିଗ୍ରି ଛୁଇଁଥିବାରୁ ଉପକୂଳ ଅଞ୍ଚଳର ଅଧିକ ଆର୍ଦ୍ରତା ଯୁକ୍ତ ବାୟୁ ଉତ୍ତର ଓ ପଶ୍ଚିମ ଭାରତକୁ ପ୍ରବାହିତ ହୋଇଛି। ଯାହା ଫଳରେ ପବନର ବେଗ ବଢିବା ସହିତ ବୃଷ୍ଟିପାତ ହେଉଥିବା ସେ ସୂଚନା ଦେଇଛନ୍ତି।
ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପାଣିପାଗ ବିଭାଗର ସତର୍କ ସୂଚନା : ମେ’ ୮ ଯାଏଁ ଘୂର୍ଣ୍ଣିଝଡ଼ ସମ୍ଭାବନା
/sambad/media/post_attachments/wp-content/uploads/2018/05/imd-monsoon-alert-600x381.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)