ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଚଳିତ ବର୍ଷ ଆଗୁଆ ମୌସୁମୀ ଆସିଛି। ପ୍ରବଳ ବର୍ଷା ଏବଂ ଅଚାନକ ବନ୍ୟା ଯୋଗୁଁ ରାଜ୍ୟବ୍ୟାପୀ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋଟିଏ ସପ୍ତାହ ବର୍ଷାରେ ହିମାଚଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କୁଲ୍ଳୁ ଓ ଧର୍ମଶାଳାରେ ଅଚାନକ ବନ୍ୟା ବ୍ୟାପକ ବିପର୍ଯ୍ୟୟ ଆଣିଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ଉକ୍ତ ୨ ଜିଲ୍ଲାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ରାଜସ୍ବ, ଉଦ୍ୟାନ କୃଷି ଏବଂ ଆଦିବାସୀ ବିକାଶ ମନ୍ତ୍ରୀ ଜଗତ ସିଂହ ନେଗି କହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଂଶରେ ରାସ୍ତା ଯୋଗାଯୋଗ, ବିଦ୍ୟୁତ୍ ଓ ଜଳ ଯୋଗାଣ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଛି। ଗତ ସନ୍ଧ୍ୟାରେ ଏବଂ ଆଜି ସକାଳେ ପ୍ରାୟ ୩୭ଟି ରାସ୍ତା ବନ୍ଦ ହୋଇଯାଇଛି ଏବଂ ୪୭ଟି ଡିଟିଆର୍ ( ଡିଷ୍ଟ୍ରିବୁସନ୍ ଟ୍ରାନ୍ସଫର୍ମର) କ୍ଷତିଗ୍ରସ୍ତ ହୋଇଛି। ସେ କହିଛନ୍ତି, କିଛି ଅଞ୍ଚଳରେ କିଛି ପୋଲ ଭସାଇ ନେଇଛି ଏବଂ ଏହାଦ୍ବାରା ସ୍ଥାନୀୟ ସ୍ତରରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ଯେ ଗୋଟିଏ ସପ୍ତାହର ବର୍ଷାରେ ୩୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି।
ହିମାଚଳରେ ବର୍ଷା ବିତ୍ପାତ, ସପ୍ତାହକରେ ୧୭ ମୃତ, ୩୦୦ କୋଟିର କ୍ଷୟକ୍ଷତି
ହିମାଚଳପ୍ରଦେଶରେ ଚଳିତ ବର୍ଷ ଆଗୁଆ ମୌସୁମୀ ଆସିଛି। ପ୍ରବଳ ବର୍ଷା ଏବଂ ଅଚାନକ ବନ୍ୟା ଯୋଗୁଁ ରାଜ୍ୟବ୍ୟାପୀ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋଟିଏ ସପ୍ତାହ ବର୍ଷାରେ ହିମାଚଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।
/sambad/media/media_files/2025/06/29/pzxdsa-2025-06-29-07-16-41.jpg)