ୟୁପିରେ ବର୍ଷା ବିପର୍ଯ୍ୟୟ, ୧୦ ମୃତ

ମହାରାଷ୍ଟ୍ରରେ କୋଠା ଭୁଶୁଡ଼ି ୪ ମୃତ

ଲକ୍ଷ୍ନୌ  : ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ରାଜ୍ୟରେ ଆଜି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏଟାୱାରେ କେବଳ କାନ୍ଥ ଭୁଶୁଡ଼ି ଏବଂ ବଜ୍ରପାତ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଛି। ୭ ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଫିରୋଜାବାଦରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଫିରୋଜାବାଦ, ବଳରାମପୁର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଅନ୍ୟପକ୍ଷେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଆଜି ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି। ଭଗ୍ନ କୋଠାରେ ଆହୁରି ୨ ଜଣ ଫସି ରହିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର