ଚେନ୍ନାଇରେ ବର୍ଷା ବିତ୍ପାତ, ୧୨ ମୃତ

ଚେନ୍ନାଇ: ଲଗାଣ ବର୍ଷାରେ ଚେନ୍ନାଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସହରର ଅଧାଅଧିକ ଅଂଚଳ ଜଳବନ୍ଦୀ ହୋଇ ରହିଛି। ଗତ ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବର୍ଷା ଏବେ ଲୋକଙ୍କ ପାଇଁ ଘୋର ସଙ୍କଟର କାରଣ ହୋଇଛି । ବର୍ଷା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସହରର ମୁଖ୍ୟ ରାସ୍ତା ଗୁଡ଼ିକରେ ପାଣିର ସୁଅ ଛୁଟୁଥିବାବେଳେ ତଳିଆ ଅଞ୍ଚଳଗୁଡ଼ିକରେ ନାହିଁ ନଥିବା ସମସ୍ୟା ଉପୁଜିଛି। ସବୁ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ରହିଛି। ବର୍ଷା କମିବାର ନାଁ ନେଉନଥିବାରୁ ଜିଲ୍ଳାପାଳ ଆଜି ସବୁ ସ୍କୁଲ୍‌ କଲେଜ୍‌ ଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଲଗାଣ ବର୍ଷାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କ ପାଇଁ ୧୦୫ଟି ରିଲିଫ୍‌ କ୍ୟାମ୍ପ୍‌ ପ୍ରତିଷ୍ଠା ହୋଇଛି। ଏଆଇଏଡିଏମ୍‌କେ ନେତାମାନେ ଜଳବନ୍ଦୀ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା ସହ ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ମାଡ୍ରାସ ହାଇକୋର୍ଟ ମଧ୍ୟ ସହରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରିବାପାଇଁ ଚେନ୍ନାଇ ନିଗମ କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ବିସ୍ତ ତ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର