କୋଲକାତା : କୋଲକାତା ସମେତ ରାଜ୍ୟର କେତେକ ଜିଲ୍ଲାରେ ତୋଫାନ ସହ ଭାରି ବର୍ଷା ଲାଗି ରହିଛି। ଆଜି ସକାଳୁ କୋଲକାତା, ହାଓଡ଼ା, ହୁଗୁଳି, ଉତ୍ତ ଓ ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ଓ ପଶ୍ଚିମ ମେଦିନୀପୁର, ବାଙ୍କୁଡ଼ା ଏବଂ ପୁରୁଲିଆ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସହିତ ଘଣ୍ଟାକୁ ୪୦-୫୦ କିମି ବେଗରେ ପବନ ବହୁଛି। ଦିନସାରା ବର୍ଷା ଲାଗି ରହିଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଆଲିପୁର ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି, ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ବଙ୍ଗ କେତେକ ଜିଲ୍ଲାରେ ପୁନର୍ବାର ଜୋର୍ରେ ପବନ ବହିବା ସହ ଭାରି ବର୍ଷା ହେବାର ସମ୍ଭାବନା ଅଛି। ଏହା ହେଉଛି ମୌସୁମୀ ଆଗମନର ପୂର୍ବାଭାସ। ଆସନ୍ତାକାଲିଠାରୁ ଉତ୍ତରବଙ୍ଗରେ ଭାରି ବର୍ଷା ହେବ। ଦାର୍ଜିଲିଂ, କାଲିମ୍ପଙ୍ଗ, ଆଲିପୁରଦୁଆର, ଜଲପାଇଗୁଡ଼ି, କୁଚବିହାର ଜିଲ୍ଲାରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବ। ମୌସୁମୀ ଆସନ୍ତାକାଲି କେରଳ ଛୁଇଁବ। ଉତ୍ତରବଙ୍ଗରେ ମୌସୁମୀ ୭ ତାରିଖରେ ପହଞ୍ଚିବ ଏବଂ କୋଲକାତାରେ ପହଞ୍ଚିଲା ବେଳକୁ ୧୧ ତାରିଖ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପଶ୍ଚିମବଙ୍ଗରେ ଝଡ଼ବର୍ଷା
/sambad/media/post_attachments/wp-content/uploads/2020/06/in-kolrain.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)