ମଧ୍ୟପ୍ରଦେଶରେ ବର୍ଷା ଯୋଗୁଁ ବେଙ୍ଗ-ବେଙ୍ଗୁଲୀଙ୍କ ଛାଡ଼ପତ୍ର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଗତ ଦୁଇ ମାସ ତଳେ ବର୍ଷାର ଦେଖା ନଥିଲା। ବର୍ଷାଭାବ ଯୋଗୁଁ ରାଜ୍ୟରେ ଉତ୍କଟ ଜଳ ସଙ୍କଟ ବି ଦେଖାଗଲା। ଜଳାଭାବ ସାଙ୍ଗକୁ ଗରମରେ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହି ସମୟରେ ଇନ୍ଦ୍ରଦେବଙ୍କୁ ଖୁସି କରିବାପାଇଁ ମଧ୍ୟପ୍ରଦେଶର ଉଡ଼ୁପିରେ ୨ଟି ବେଙ୍ଗକୁ ବିବାହ କରାଯାଇଥିଲା। ବେଙ୍ଗ ବିବାହ କରାଇଲେ ଇନ୍ଦ୍ରଦେବ ଖୁସି ହୋଇ ବର୍ଷା କରିବେ ବୋଲି ଲୋକେ ଆଶା ରଖିଥିଲେ। ନାଗରିକ ସମିତି ଏବଂ ପଞ୍ଚରତ୍ନ ସେବା ଟ୍ରଷ୍ଟ୍‌ ପକ୍ଷରୁ ଦୁଇଟି ବେଙ୍ଗକୁ ବିବାହ କରାଯାଇଥିଲା। ଏହା ପରେ ମଧ୍ୟପ୍ରଦେଶରେ ସ୍ବାଭାବିକ ବର୍ଷା ହେଲା। କିନ୍ତୁ ମଧ୍ୟପ୍ରଦେଶରେ ଗତ କିଛିଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ଏବେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାରୁ ଏହି ଦୁଇ ବେଙ୍ଗଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ଭୋପାଳର ଓମ୍‌ ଶିବ ଶକ୍ତି ମଣ୍ଡଳ ଦ୍ବାରା ଏହି ଦୁଇଟି ବେଙ୍ଗ ମଧ୍ୟ‌ରେ ଛାଡ଼ପ୍ରତ କରାଯାଇଛି। ଏହାଦ୍ବାରା ବର୍ଷା କମିବ ବୋଲି ସେମାନେ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର