ମୌସୁମୀ ବର୍ଷା ପାଇଁ ମୁମ୍ବାଇରେ ଦୀର୍ଘ ପ୍ରତୀକ୍ଷା

ମୁମ୍ବାଇ : ଚଳିତ ବର୍ଷ ମୌସୁମୀ ବର୍ଷା ପାଇଁ ମୁମ୍ବାଇକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଲାଣି। ବିଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁମ୍ବାଇକୁ ମୌସୁମୀ ବର୍ଷା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଛି। ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ମହାରାଷ୍ଟ୍ରର ଦକ୍ଷିଣ ମଧ୍ୟ ଏବଂ ଦକ୍ଷିଣ କୋଙ୍କଣରେ ଖୁବ୍‌ ଶୀଘ୍ର ମୌସୁମୀ ଆସିବ। କିନ୍ତୁ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଉତ୍ତର କୋଙ୍କଣ ଅଞ୍ଚଳରେ ମୌସୁମୀ ବର୍ଷା ହେବାର ସମ୍ଭାବନା ନାହିଁ। ଆଇଏମ୍‌ଡି ଅନୁଯାୟୀ ମୁମ୍ବାଇରେ ମୌସୁମୀ ସାଧାରଣତଃ ଜୁନ୍‌ ୧୦ ତାରିଖ ସୁଦ୍ଧା ପହଞ୍ଚିଯାଏ। ୨୦୦୯ରେ ମୁମ୍ବାଇରେ ମୌସୁମୀ ବର୍ଷା ଜୁନ୍‌ ୨୭ରେ ପହଞ୍ଚିଥିଲା। ୨୦୦୯ ମସିହା ପରେ ପ୍ରଥମ ଥର ପାଇଁ ମୁମ୍ବାଇ ବାସିନ୍ଦା ମୌସୁମୀ ବର୍ଷା ପାଇଁ ଦୀର୍ଘ ଦିନ ଅପେକ୍ଷା କଲେଣି।

ସମ୍ବନ୍ଧିତ ଖବର