ଜୟପୁର : ମରୁଭୂମି ପାଇଁ ପରିଚିତ ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରବିବାର ରାଜସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ଏପରିକି ମରୁଭୂମିରେ ଆସୁଥିବା ସହରଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ସମଗ୍ର ରାଜସ୍ଥାନରେ ଆଜି ପାଣିରେ ବୁଡ଼ି ପ୍ରାୟ ୧୫ ଲୋକଙ୍କ ମୃତ୍ୟୁ ଘଟିଛି। କେବଳ ଭରତପୁର ଜିଲ୍ଲାରେ ବୁଡ଼ି ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।

Advertisment

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ନଦୀଗୁଡିକ ଜଳମଗ୍ନ ହୋଇପଡିଛି । ଖାଲି ସେତିକି ନୁହେଁ, ଡ୍ୟାମ୍ ଗୁଡ଼ିକ ମଧ୍ୟ ଫୁଲିଯାଇଛି । ଜୟପୁର ସମେତ ମୋଟ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏହି ଦିନ ୧୩ରୁ ଅଧିକ ଘର ଭାସିଯାଇଥିବା ସୂଚନା ମିଳିଛି। ରାଜସ୍ଥାନର ଉତ୍ତର-ପୂର୍ବ ଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ପ୍ରବଳ ବର୍ଷା ହୋଇଛି ।

ବର୍ଷାରେ ୧୫ ମୃତ

ରାଜସ୍ଥାନରେ ରବିବାର ବର୍ଷାରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଭରତପୁର ଜିଲ୍ଲାରେ ପାଣିରେ ବୁଡ଼ି ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେହିପରି ଝୁନଝୁନୁ ଜିଲ୍ଲାରେ ପାଣି ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି। କାରୋଲି ଜିଲ୍ଲାରେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯୋଧପୁର ଓ ବାଂଶୱାଡା ଜିଲ୍ଲାରେ ରବିବାର ପାଣିରେ ବୁଡ଼ି ୧-୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜୟପୁରର କନୋଟା ଡ୍ୟାମରେ ୩ ଜଣ ବାଇକ୍ ଆରୋହୀ ବୁଡ଼ିଯାଇଥିବା ଖବର ମିଳିଛି। ଏହି ଯୁବକମାନଙ୍କୁ ଖୋଜିବା ପାଇଁ ଏସଡିଆରଏଫ ଟିମ୍ ନିରନ୍ତର ସଂଘର୍ଷ କରୁଛନ୍ତି ।