ପ୍ରଥମ ବର୍ଷାରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଦର୍ଶକ ଗ୍ୟାଲେରିରେ ଭରିଗଲା ପାଣି, ପର୍ଯ୍ୟଟକ ହସ୍ତସନ୍ତ

ନୂଆଦିଲ୍ଲୀ: ଗୁଜୁରାଟ ବଡୋଦରାରେ ହୋଇଥିବା ପ୍ରବଳ ବର୍ଷା ହେତୁ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ବର୍ଷା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଅସୁବିଧାର କାରଣ ପାଲଟିଥିଲା।

ପ୍ରାପ୍ତ ସୂଚନା ଅନୁସାରେ, ବର୍ଷା ହେତୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଦର୍ଶକ ଗ୍ୟାଲେରିରେ ପାଣି ଭରି ଯାଇଥିଲା। ଦର୍ଶକ ଗ୍ୟାଲେରି ବହୁ ଉଚ୍ଚରେ ନିର୍ମିତ ହୋଇଥିବା ହେତୁ କିଛି କ୍ଷତି ତ ହୋଇ ନଥିଲା। କିନ୍ତୁ ଗ୍ୟାଲେରିଟି ସମ୍ପୂର୍ଣ୍ଣ ପାଣିରେ ଭର୍ତ୍ତି ହୋଇ ଯାଇଥିଲା। ଗ୍ୟାଲେରି ଭିତରୁ ଏହି ବର୍ଷା ପାଣିକୁ ବାହାର କରିବା  କାମ ଜୋରସୋର ଆରମ୍ଭ ହୋଇଯାଇଛି। ପାଗ କୋହଲା ଥିବା ହେତୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଜମି ରହିଥିଲା। ଏଭଳି ପରିସ୍ଥିତିରେ ଦର୍ଶକ ଗ୍ୟାଲେରିରେ ବର୍ଷା ପାଣି ଭରିଯିବା ଫଳରେ ଲୋକମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା।

ଅନ୍ୟପଟେ ଗୁଜୁରାଟର ବଡୋଦରା ଜିଲ୍ଲାର ଫତେହଙ୍ଗଞ୍ଜ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଏଥିରେ ଗୁରୁତର ହୋଇଥିଲେ। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର