ଡେରାଡୁନ: ଆଖି ଆଗରେ ସବୁ ଚାଲିଗଲା… ଯାହା ପାରିଲୁ ବଞ୍ଚାଇ ପାରିଲୁ କିନ୍ତୁ ବାକି ସବୁ ଭାସିଗଲା… ଖାଲି ଜୀବନକୁ ହିଁ ଜଳ ଆଁରୁ ବଞ୍ଚାଇ ହେଲା ନହେଲେ ଜୀବନର ଯାକର ସବୁ ପରିଶ୍ରମ, ସବୁ ସମ୍ପତ୍ତି ପାଣି ପାଟିରେ ହିଁ ପଶିଗଲା… ଏତିକି କହିଲା ବେଳେ କୋହକୁ ସମ୍ଭାଳି ପାରୁନାହାନ୍ତି ଏ ଯୁବତୀ । ଆଖିର ଲୁହକୁ ବି ଅଟକାଇ ପାରୁ ନାହାନ୍ତି । କିଏ ବା ରୋକିପାରବ ନା ପ୍ରକୃତିର କୋପକୁ ନା ଆଖିର ଲୁହକୁ । ଆକାଶ ପାଇଁ କେବେ କେବେ ଆଖି ବି କାନ୍ଦେ । ଯେବେ ଜୀବନ ଯାକର ସବୁ କିଛି ଆଖି ଆଗରେ ପାଣିରେ ଭାସିଯାଏ, ମାଟିରେ ମିଶିଯାଏ ସେବେ ଭାରି ବାଧେ- କିନ୍ତୁ କଣ କରିହେବ ? ପ୍ରକୃତି ଆଗରେ ସବୁ ଅସହାୟ… ଜୀବନ, ଜୀବିକା ଆଉ ଯନ୍ତ୍ରଣା ବି…
#WATCH | Uttarakhand: A local resident says, "Around 11 pm, we heard a sound as if a mountain had fallen... In the morning, we got to know that our house had also been washed away... We took out as much stuff as we could from our house, but then the mountain behind our house… https://t.co/YMfg3tm6Edpic.twitter.com/PhH14Ml8Wf
— ANI (@ANI) September 16, 2025
ଉତ୍ତରାଖଣ୍ଡର ଡେରାଡୁନରେ ଗତ ରାତିରୁ ବାଦଲ ଫଟା ବର୍ଷା କାରଣରୁ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ପୁଣି ଥରେ ପ୍ରଳୟ ଦେଖିବାକୁ ମିଳିଛି । ବାଦଲ ଫଟା ବର୍ଷା ଫଳରେ ବନ୍ୟା ସୃଷ୍ଟି ହୋଇଛି ଆଉ ଘର, ଦ୍ବାର, ଦୋକାନ, ବଜାର ସବୁ ଭାସି ଯାଇଛି । ଘର ପାଣିରେ ସମାଧି ନେଇଛି । ଆଉ ଏତିକି ବେଳେ ସାମ୍ନାକୁ ଆସିଛି ପ୍ରଳୟ ପରର କରୁଣ କାହାଣୀ… ଥରେ ଭାବିଲେ ବର୍ଷ ବର୍ଷର ପରିଶ୍ରମରେ କିଏ ସ୍ବପ୍ନର ଘରଟିଏ ତୋଳିଥିବ । ସେଥିରେ ତା ଖୁସିର ଜିନିଷ ସବୁ ରଖିଥିବା । ନିତ୍ୟ ବ୍ୟବହୃତ ସାମଗ୍ରୀ ଠାରୁ ପୋଷାକ ଯାଏଁ, ଟିଭି ଫ୍ରିଜ ଠାରୁ ଆରମ୍ଭ କରି ଠାକୁର ଯାଏଁ… କିନ୍ତୁ ସେ ସବୁ ଗୋଟିଏ ରାତିରେ, ଜଳର ଝଟକାରେ ହିଁ ଭାସିଯିବ । ଓଃ ! କେତେ ଯନ୍ତ୍ରଣାଦାୟକ ସତେ । ଆଖି ସାମ୍ନାରେ ସବୁ ଭାସି ଯାଉଥିବ । ଦଳର ପ୍ରଖର ସୁଅ ସବୁ ସ୍ବପ୍ନର ସାମଗ୍ରୀ ଟାଣି ନେଉଥିବ- କେମିତି ଲାଗିବ କହିଲେ ?
ଜଣେ ସ୍ଥାନୀୟ ଯୁବତୀ କାନ୍ଦି କାନ୍ଦି କହିଛନ୍ତି- କାଲି ରାତି ପ୍ରାୟ ୧୧ଟା ବେଳେ ଆମେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିଲୁ । ବାହାରେ ଆସି ଦେଖିଲୁ କି ଆମ ଘର ପାଖରେ ଥିବା ପୋଲଟି ଭାଙ୍ଗିଯାଇଛି । ପୁଣି ସୁସୁ ଗର୍ଜନ ଶୁଣିଲୁ ପରେ ଦେଖିବାକୁ ପାଇଲୁ ପାଣି ଘର ପାଖକୁ ମାଡି ଆସିଲାଣି ବୋଲି… କିନ୍ତୁ ସକାଳେ ଆମେ ଜାଣିବାକୁ ପାଇଲୁ ଯେ ଆମ ଘର ମଧ୍ୟ ଭାସି ଯାଇଛି। ଆମେ ଜୀବନ ନେଇ, ଜରୁରୀ ଜିନିଷ ନେଇ ମନ୍ଦିରକୁ ପଳେଇଥିଲୁ । ଘରୁ ଯଥାସମ୍ଭବ ଜିନିଷପତ୍ର ବାହାର କରିଥିଲୁ କିନ୍ତୁ ଘରକୁ ପ୍ରକୃତିର ପାଟିରୁ ରକ୍ଷା କରି ପାରିଲୁ ନାହିଁ । ତା'ପରେ ଆମ ଘର ପଛରେ ଥିବା ପାହାଡ଼ ଧସିଗଲା । ପାହାଡ ତଳେ ତିନି ଜଣ ଲୋକ ପୋତି ହୋଇଗଲେ। କୌଣସି ପ୍ରକାରେ ଆମେ ନିଜକୁ ବଞ୍ଚାଇଲୁ ସତ କିନ୍ତୁ ସବୁକିଛି ହରେଇଦେଲୁ…
#WATCH | Uttarakhand: Cloudburst in Sahastradhara has led to heavy flooding; visuals show cars buried in debris.
— ANI (@ANI) September 16, 2025
People shift to safer places as floods triggered by the heavy rainfall cause severe damage to their houses. pic.twitter.com/0nMZf2qUCz
ସେପଟେ ଉତ୍ତରାଖଣ୍ଡର ପ୍ରଳୟଙ୍କାରୀ ବର୍ଷା ପରେ ଏବେ ଏବେ ମିଳିଥିବା ଖବର ଅନୁସାରେ ପାଣି ଘେରରେ ଫେସିଥିବା ୨୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଡେରାଡୁନରେ ବାଦଲ ଫଟା ବର୍ଷା ସହରକୁ ବେହାଲ କରିଛି ।