ଅତ୍ୟଧିକ ବର୍ଷା ପରେ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ପଶିଲା ପାଣି, ଭିଡ଼ିଓରେ ଦେଖନ୍ତୁ ତା’ପରର ଦୃଶ୍ୟ

ଜଲଗାଓଁ(ମହାରାଷ୍ଟ୍ର) : ମହାରାଷ୍ଟ୍ରର ଜଲଗାଓଁରେ ଥିବା ଉହ୍ଲାସ ପାଟିଲ ମେଡିକାଲ କଲେଜ ଏବଂ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ବର୍ଷା ଜଳ ପଶିବା ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା | ଘଟଣା ସମୟର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଡାକ୍ତରଖାନା ଭିତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି | ପାଣି ପଶିବା ପରେ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ଖବର ମିଳିଛି । ଏହି ଘଟଣାର ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନା ମହାମାରୀ ଯୋଗୁଁ ଡାକ୍ତରଖାନାର ଅବସ୍ଥା ବିଗିଡି ଯାଇଥିବା ସହ ଏହି ଘଟଣା ସରକାରଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛି |

ଡାକ୍ତରଙ୍କ କହିବା ମୁତାବକ, ତଳ ମହଲାରେ ଜରୁରୀକାଳୀନ ୱାର୍ଡ ଥିବାରୁ ବିଳମ୍ବିତ ରାତିରେ ବର୍ଷା ହେତୁ ୱାର୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା | ଆଣ୍ଠୁ ପର୍ଯ୍ୟନ୍ତ ପାଣି ଭର୍ତ୍ତି ହେବା ପରେ ଆମେ ଜରୁରୀକାଳୀନ ୱାର୍ଡରେ ଥିବା ୭-୮ଜଣ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ମହାରାଷ୍ଟ୍ରରେ ଏବେ ମୌସୁମୀ ପହଞ୍ଚିଥିବା ବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଛି, ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ଡାକ୍ତର | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମୟରେ ଡାକ୍ତରଖାନାରେ ରେସିଡେଣ୍ଟ ଡାକ୍ତର ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ପାଣି ପଶିବା ପରେ ରୋଗୀମାନଙ୍କୁ ଉପର ମହଲାକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ରୋଗୀଙ୍କୁ ଡାକ୍ତରଖାନାରେ ବେଡ଼ ନମିଳିବା ଘଟଣା ଏବେ ଚର୍ଚ୍ଚାରେ ରହିଥିବା ବେଳେ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ଏଭଳି ପାଣି ପଶିବା ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଛି |

ସମ୍ବନ୍ଧିତ ଖବର