ସ୍ୱାଧୀନତା ଦିବସ ପୂର୍ବରୁ ୧୫ କିମି ଲମ୍ବର ତ୍ରିରଙ୍ଗା ପତାକା ସହିତ ରାୟପୁରବାସୀଙ୍କ ମାନବଶୃଙ୍ଖଳ

ନୂଆଦିଲ୍ଲୀ: ଛତିଶଗଡର ରାୟପୁରବାସୀ ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମର ଏକ ନିଆରା ଉଦାହରଣ ଦେଖାଇଛନ୍ତି । ରାୟପୁରରେ ୧୫ କିମି ପର୍ଯ୍ୟନ୍ତ ବିଶାଳ ମାନବଶୃଂଖଳ ହୋଇ ସେଥିରେ ୧୫ କିମି ଲମ୍ବର ତ୍ରିରଙ୍ଗା ପତାକା ପ୍ରଦର୍ଶନ ହୋଇଛି। ଏଭଳି ତିରଙ୍ଗା ଫଟୋ ଏନ୍‌ଆଇ ଟୁଇଟର ପୋଷ୍ଟ ହେବା ପରେ ଲୋକେ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି।

 

ତେବେ ସହରର ରାସ୍ତାର ଦୁଇ ପଟରେ ୧୫କିମିର ଏହି ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଛି। ଉଭୟ ପଟେ ଛାତ୍ରଛାତ୍ରୀ ଓ ବିଭିନ୍ନ ଲୋକ ହାତରେ ପତାକା ଧରି ପ୍ରଦର୍ଶନ କରିଛନ୍ତି । ରାୟପୁରରେ ପ୍ରଥମେ ଥର ପାଇଁ ଏପରି ବିଶାଳ ତ୍ରିରଙ୍ଗା ସହିତ ମାନବଶୃଂଖଳ ଦେଖି ରାସ୍ତାରେ ଯିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହିତ ଦୃଶ୍ୟକୁ ବେଶ ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର