ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିଅର ମେଡିକାଲ କଲେଜର ବଏଜ ହଷ୍ଟେଲରେ ଜଣେ ଜୁନିୟର ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଧିକପଢ଼ନ୍ତୁ:ଇସ୍ରାଏଲ-ତୁର୍କୀ ଯୁଦ୍ଧମୁହାଁ: ଏର୍ଦୋଗନଙ୍କ ଯୋଗୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ
ସୂଚନାନୁସାରେ, ଗତରବିବାର ସନ୍ଧ୍ୟାରେ ଗ୍ୱାଲିଅରରେ ଜଣେ ଜୁନିଅର ଡାକ୍ତରାଣୀଙ୍କୁ ତାଙ୍କର ସହକର୍ମୀ ମେଡିକାଲ କଲେଜର ବଏଜ ହଷ୍ଟେଲକୁ ନେବା ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଡାକ୍ତରାଣୀ ବ୍ୟାକ ପେପରର ପରୀକ୍ଷା ଦେବା ପାଇଁ ଗ୍ୱାଲିଅର ଆସିଥିଲେ। ଡାକ୍ତରାଣୀଙ୍କଚ ଦୁଷ୍କର୍ମ କରିବା ପରେ ସାଥୀ ଡାକ୍ତର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଅଧିକପଢ଼ନ୍ତୁ:ଗାଡ଼ିରଖି ଶୋଇପଡ଼ିଲେ ଦମ୍ପତି: ଜାତୀୟରାଜପଥ ପାର୍ଶ୍ବରେ ବୁଲିଲା ଶିଶୁ
ପୀଡ଼ିତା ଜୁନିଅର ଡାକ୍ତରାଣୀଙ୍କ ବୟସ ୨୫ବର୍ଷ ଥିବା ଜଣାପଡ଼ିଛି। ଡାକ୍ତରାଣୀ ରବିବାର ସନ୍ଧ୍ୟାରେ ଗ୍ୱାଲିଅରର କମ୍ପୁ ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରି କରିଥିଲେ, ‘ମୁଁ ଏମବିବିଏସର ଶେଷ ବର୍ଷର ବ୍ୟାକ ଥିବା ପେପରର ପରୀକ୍ଷା ଦେବା ପାଇଁ ଦାତିୟାରୁ ଗ୍ୱାଲିଅର ଆସିଥିଲି। ପରୀକ୍ଷା ଶେଷହେବାପରେ ଗ୍ୱାଲିଅରରେ ପଢ଼ୁଥିବା ମୋର ଜଣେ ସାଥୀ ଡାକ୍ତର
ସଞ୍ଜୟ କୁମାର ଇଭାନେଙ୍କୁ ଭେଟିଥିଲି। କିଛି ସମୟ ସେ ମୋ ସହ କଥା ହେବାପରେ ମୋତେ ପୁରୁଣା ବଏଜ ହଷ୍ଟେଲରେ ଥିବା ତାଙ୍କ କୋଠରିକୁ ନେଇ ଯାଇଥିାଲେ। ସେଠାରେ ମୋତେ ହତ୍ୟା ପାଇଁ ଧମକ ଦେଇ ଦୁଷ୍କର୍ମ କରିଥିଲେ। ମୁଁ ବହୁତ କଷ୍ଟରେ ତାଙ୍କ କବଳରୁ ମୁକୁଳି ଆସି ଲୋକଲଜ୍ଜାକୁ ଖାତିର ନକରି ପୁଲିସରେ ଅଭିଯୋଗ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/06/lW0Qn28WunBpqugMnWIY.jpg)