ଜୟପୁର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ପଥର ପଠାଯାଉଥିବା ଭରତପୁର ଜିଲ୍ଲାର ବନ୍ଧ ବନେଥା ବନ୍ୟପ୍ରାଣୀ ଅଭୟାରଣ୍ୟର ବଂଶୀ ପାହାଡ଼ପୁର ଅଞ୍ଚଳର ଖାଦନଗୁଡ଼ିକୁ ରାଜସ୍ଥାନ ସରକାର ଆଇନସିଦ୍ଧ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
କିଛି ଦିନ ହେବ ବଂଶୀ ପାହାଡ଼ପୁରରୁ ପଥର ଆଣୁଥିବା ବିଶ୍ବ ହିନ୍ଦୁ ପରିଷଦ୍ ଅଭିଯୋଗ କରିଛି ଯେ, ସେପ୍ଟେମ୍ବର ୬ ଓ ୭ ତାରିଖରେ ଭରତପୁର ଜିଲ୍ଲା ପ୍ରଶାସନ ଚଢ଼ାଉ କାରଣରୁ ପଥର ଯୋଗାଣ ବନ୍ଦ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଦାବି କରିଥିଲା ଯେ, ବଂଶୀ ପାହାଡ଼ପୁରରୁ ବେଆଇନ ଭାବେ ପଥର ଖୋଳା ହେଉଛି।
Image Courtesy of Zee Newsଏ ସଂକ୍ରାନ୍ତରେ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁବୋଧ ଅଗ୍ରୱାଲ୍ କହନ୍ତି, ସେଠାରେ ଖାଦନକୁ ବୈଧ୍ୟ କରିବାକୁ ରାଜସ୍ଥାନ ସରକାର ଏ ମାସ ଶେଷ ସୁଦ୍ଧା ଜଙ୍ଗଲ ଜମି ବିଜ୍ଞପ୍ତି ରଦ୍ଦ ନିମନ୍ତେ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟକୁ ପ୍ରସ୍ତାବ ପଠାଇବେ। ଏହା ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇବ ଏବଂ ରାଜ୍ୟ ରାଜସ୍ବ ଉପାର୍ଜନ କରିବ।
ଭରତପୁର ଜିଲ୍ଲାପାଳ ଏହି ପ୍ରସ୍ତାବ ପ୍ରସ୍ତୁତି କରୁଛନ୍ତି। ଅଳ୍ପ କିଛି ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ ହୋଇଯିବ। ଏହା ପରେ ରାଜ୍ୟର ଅନୁମୋଦନ ଲାଭ କରି ଏହି ପ୍ରସ୍ତାବ କେନ୍ଦ୍ରକୁ ପଠାଯିବ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ସେପ୍ଟେମ୍ବର ୬ ଓ ୭ ତାରିଖ ଦିନ ବନ, ଖଣି ଓ ପୁଲିସ ବିଭାଗ ଚଢ଼ାଉ କରି ପଥର ଭରା ୨୭ଟି ଟ୍ରକ୍ ଜବତ କରିଥିଲେ। ପ୍ରତି ଟ୍ରକ୍ରେ ଥିଲା ୫ ରୁ ୮ଟି ପଥର ବ୍ଲକ୍। ପ୍ରତି ବ୍ଲକ୍ର ଓଜନ ୧୦୦୦ କିଲୋର ଅଧିକ ହେବ ଏବଂ ଏହାର ସ୍ଥାନୀୟ ବଜାର ଦର ପ୍ରାୟ ୫୦ ହଜାର ଟଙ୍କା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/stones.jpg)