ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢିବାରେ ଲାଗିଛି। ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରୁ ପୁଲିସ ଏକ ସର୍ଭର ଜବତ କରିଛି।
ପୁଲିସ ସନ୍ଦେହ କରୁଛି ଯେ ଆପ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ଏହି ସର୍ଭରକୁ ଅଶ୍ଳୀଳ ବିଷୟବସ୍ତୁ ଅପଲୋଡ୍ କରିବା ପାଇଁ ବ୍ୟବହୃତ ହୋଇଥିଲା। ଆଇଟି ପ୍ରଫେସନାଲମାନଙ୍କ ସାହାଯ୍ୟରେ ଏହାର ଅଧିକ ଯାଞ୍ଚ କରୁଛି ପୁଲିସ।
ପୁଲିସ ହାତରେ ଲାଗିଥିବା ଏହି ସର୍ଭର ରାଜଙ୍କ ବିରୋଧରେ ଅନେକ କିଛି ପ୍ରମାଣ ଓ ତଥ୍ୟ ଖୋଲିପାରେ ବୋଲି କୁହାଯାଉଛି। ସର୍ଭର ବ୍ୟତୀତ ପୁଲିସ ରାଜଙ୍କ ଫୋନକୁ ମଧ୍ୟ ଜବତ କରିଛି, ଯାହା ଫରେନସିକ୍ ବିଶ୍ଳେଷଣ ପାଇଁ ପଠାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ନେଇ ରାଜଙ୍କୁ ଗତ ସୋମବାର ଗିରଫ କରାଯାଇଛି। ଏଚ ଆକାଉଣ୍ଟ ନାମରେ ଏହି ହ୍ବାଟସଆପ ଗ୍ରୁପ ତିଆରି ହୋଇଛି। ଏଥିରେ ଅଶ୍ଳୀଳ ସିନେମାର ବ୍ୟବସାୟକୁ ନେଇ ଚର୍ଚ୍ଚା ହୋଇଥାଏ। ଏଥିରେ ପାଖାପାଖି ୫ଜଣ ସାମିଲ ଥିଲେ। ରାଜ ଏଥିରେ ମାର୍କେଟିଂରୁ ଆରମ୍ଭ କରି ମଡେଲରମାନଙ୍କୁ ପାରିଶ୍ରମିକ ଦେବା ସହିତ ରେଭିନ୍ୟୁ କିପରି ବୃଦ୍ଧି କରାଯାଇ ପାରିବ ତାହାକୁ ନେଇ କଥାବର୍ତ୍ତା ହୋଇଥାଆନ୍ତି।
ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ହ୍ବାଟସ ଆପରେ ବିକ୍ରି କରୁଥିବା ଘଟଣାରେ ରାଜଙ୍କ ସହିତ ଏଯାବତ ୬ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ୪ଜଣଙ୍କୁ ରାଜଙ୍କ ପୂର୍ବରୁ ହିଁ ଗିରଫ କରାଯାଇଥିଲା। ରିଆନ ନାମକ ବ୍ୟକ୍ତିକୁ ରାଜଙ୍କୁ ଗିରଫ କରିବା ପରେ ପୁଲିସ ଗିରଫ କରିଛି।
ଗିରଫ ବ୍ୟକ୍ତି ଜଣକ ରାଜ କୁନ୍ଦ୍ରାଙ୍କ ସହଯୋଗୀ ବୋଲି କୁହାଯାଉଛି । ଅଭିଯୋଗ ହୋଇଛି ଯେ ରିଆନକୁ ରାଜଙ୍କ ଅଶ୍ଳୀଳ ଭିଡିଓ ଲିଙ୍କଗୁଡିକର ଟେକ୍ନିକାଲ୍ ମାମଲାର ଦାୟିତ୍ୱ ଦିଆଯାଇଥିଲା ।
ରାଇଗଡରୁ ଗିରଫ ହୋଇଥିବା ଅଭିଯୁକ୍ତ ରିଆନ୍ ଥାର୍ପ ରାଜ କୁନ୍ଦ୍ରାଙ୍କ କମ୍ପାନିର ଆଇଟି ମୁଖ୍ୟ ଥିଲେ। ରିଆନ୍ ରାଜ ଏବଂ ଶିଳ୍ପା ଶେଟ୍ଟୀଙ୍କ କମ୍ପାନି ଭିଆନ୍ ଗେମିଂ ପିଭି ଲିମିଟେଡ୍ ଏବଂ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ହେଡ୍ ଅଫ୍ ପ୍ରଡକ୍ଟ ଭାବରେ ଅନେକ ବର୍ଷ କାର୍ଯ୍ୟ କରିଥିଲେ।
ତେବେ ଭାରତୀୟ ସାଇବର ଆଇନରୁ ବର୍ତ୍ତିବା ଲାଗି କୁନ୍ଦ୍ରା ବିଦେଶରେ କମ୍ପାନି ରେଜିଷ୍ଟ୍ରେସନ କରିଥିଲେ। ଏହି କମ୍ପାନିର ନାମ ‘କେନରିନ୍’ ରଖିଥିଲେ। କେନରିନକୁ କୁନ୍ଦ୍ରା ଓ ବ୍ରିଟେନରେ ରହୁଥିବା ତାଙ୍କ ଭାଇ ମିଶି ସ୍ଥାପନା କରିଥିଲେ। ଏଥିଲାଗି ଲାଗି ଭିଡିଓ କ୍ଲିପ୍ ଭାରତରେ ସୁଟିଂ ହୋଇ ଇଣ୍ଟରନେଟ ଫାଇଲ ଟ୍ରାନ୍ସଫର ସେବା ମାଧ୍ୟମରେ ପଠାଯାଉଥିଲା। ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କୁନ୍ଦ୍ରାଙ୍କ ପ୍ରାୟ ୧୦ କୋଟି ଟଙ୍କା ନିବେଶ ହୋଇଥିବା ଜଣାପଡ଼ିଛି।
ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରୁ ସର୍ଭର ଜବତ କରିଲା ପୁଲିସ୍
/sambad/media/post_attachments/wp-content/uploads/2021/07/Untitled-9.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)