ବଲିଉଡ୍‌କୁ କଟାକ୍ଷ କଲେ ରାଜ କୁନ୍ଦ୍ରା: କହିଲେ ରାକ୍ଷୀ ସାୱନ୍ତ ଏକମାତ୍ର ଅସଲି ବ୍ୟକ୍ତି

ନୁଆଦିଲ୍ଲୀ: ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ରାକ୍ଷୀ ସାୱନ୍ତଙ୍କ ଦ୍ୱାରା ସେୟାର ହୋଇଥିବା ଏକ ଭିଡିଓ ଏବେ ବେଶ ଚର୍ଚ୍ଚାରେ। ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ସମିତା ଶେଟ୍ଟୀଙ୍କ ଜନ୍ମଦିନ ପାର୍ଟିରେ ରାଜ୍ କୁନ୍ଦ୍ରାଙ୍କ ସହ ରାକ୍ଷୀ ଏକ ଭିଡିଓ କରିଥିବା ଦେଖାଯାଇଛି। ସେଥିରେ ରାକ୍ଷୀ ରାଜଙ୍କୁ ଆଲିଙ୍ଗନ କରି ତାଙ୍କୁ ‘ବ୍ରଦର୍ ଫର୍ ଏଭର୍’ କହୁଥିବା ବେଳେ ରାଜ୍ ରାକ୍ଷୀଙ୍କୁ ବଲିଉଡର ଏକମାତ୍ର ଅସଲି ବ୍ୟକ୍ତି ବୋଲି କହିଛନ୍ତି। ରାଜ କୁନ୍ଦ୍ରାଙ୍କ ନାମରେ ଗତ ବର୍ଷ ହୋଇଥିବା ମାମଲାରେ ସେ ବଲିଉଡକୁ କଟାକ୍ଷ କରି ରାକ୍ଷୀ ହିଁ ଏକ ମାତ୍ର ଅସଲି ବ୍ୟକ୍ତି ଏବଂ ସେ ସର୍ବଦା ସତ୍ୟ ସହିତ ଠିଆ ହୁଅନ୍ତି ବୋଲି ଭିଡିଓରେ କହୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର