୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଛନ୍ତି ରାଜ କୁନ୍ଦ୍ରା, ଯାଞ୍ଚରେ ସହଯୋଗ କରୁନଥିବାରୁ ଆଉ କିଛିଦିନ ହେପାଜତକୁ ନେବ ପୁଲିସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ତିଆରି କରିବା ଅଭିଯୋଗରେ ଗିରଫ ହେବା ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି | ୨୦୧୯ରୁ ରାଜ କୁନ୍ଦ୍ରା ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଥିବା ନେଇ ଯାଞ୍ଚ କରୁଥିବା ପୁଲିସ ଅଧିକାରୀ କହିଥିବା ବେଳେ ହେପାଜତରେ ଥାଇ ମଧ୍ୟ ରାଜ ଯାଞ୍ଚରେ ସହଯୋଗ କରୁନଥିବା କହିଛନ୍ତି |

ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ ଅଧିକ ତଥ୍ୟ ହାସଲ କରିଛି | ଏହା ସହ ଏକାଧିକ ତଥ୍ୟକୁ ଡିଲିଟ କରାଯାଇଛି ଏବଂ ଏହାକୁ ହାସଲ କରିବା ପାଇଁ ସମୟ ଲାଗିବ ବୋଲି କହିଛି କ୍ରାଇମ ବ୍ରାଞ୍ଚ | ତେବେ ହେପାଜତକୁ ଯାଇଥିଲେ ମଧ୍ୟ ରାଜ କୌଣସି ପ୍ରଶ୍ନର ଉତ୍ତର ଠିକ ଭାବରେ ଦେଉନଥିବା ସହ ଅଶ୍ଳୀଳ ଫିଲ୍ମ ତିଆରି କରୁନଥିଲେ ବୋଲି କହିଛନ୍ତି | ଯାଞ୍ଚରେ ସହଯୋଗ କରୁନଥିବାରୁ କ୍ରାଇମ ବ୍ରାଞ୍ଚ ହେପାଜତର ଅବଧି ବଢାଇବା ପାଇଁ କୋର୍ଟରେ ଆବେଦନ କରିବା ବୋଲି କହିଛି |

Shilpa Shetty shares cryptic note on surviving challenges after Raj Kundra's arrest - Movies News
indiatoday.in

ଅନ୍ୟପକ୍ଷରେ, ଅଧିକାରୀମାନେ ରାଜଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ଦାବି କରିଛନ୍ତି। ଏହା ସହ ଅଧିକାରୀମାନେ କହିଛନ୍ତି ଯେ, ରାଜ କୁନ୍ଦ୍ରା ଅଗଷ୍ଟ ୨୦୧୯ରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଥିଲେ ଏବଂ ସେଥିରୁ କୋଟି ଟଙ୍କା ରୋଜଗାର କରିଥିଲେ |

“ତାଙ୍କ ଆପ୍ (ହଟଶଟ୍)ରେ ପ୍ରାୟ ୨୦ଲକ୍ଷ ପେଡ୍ ଗ୍ରାହକ ରହିଥିଲେ, ଯେଉଁମାନେ ଅଶ୍ଳୀଳ ଚଳଚ୍ଚିତ୍ର ଦେଖିବା ପାଇଁ ସଦସ୍ୟତା(ମେମ୍ବରସିପ) ନେଇଥିଲେ। ସେ ଏହି ୨୦ଲକ୍ଷ ପେଡ୍ ଗ୍ରାହକଙ୍କଠାରୁ କୋଟି କୋଟି ଟଙ୍କା ଆୟ କରୁଥିଲେ | ଅଶ୍ଳୀଳ ଚଳଚ୍ଚିତ୍ର ଅପଲୋଡ୍ କରିବା ପାଇଁ ସେ ଏକ ମୋବାଇଲ୍ ଆପ୍ ତିଆରି କରିଥିଲେ କାରଣ ଏହା ୱେବସାଇଟ୍ ଅପେକ୍ଷା ଅଧିକ ସହଜ ଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର