ଯୌନ କେଳେଙ୍କାରୀରେ ଫସିଲେ ରାଜସ୍ଥାନର ଆଉ ଜଣେ ମନ୍ତ୍ରୀ

ଜୟପୁର : ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାଜସ୍ଥାନର ଏକ ଅଶ୍ଳୀଳ ଭିଡିଓ ରାଜ୍ୟରେ ହଇଚଇ ଖେଳାଇଦେଇଛି । ବିଜେପି ଅଭିଯୋଗ କରିଛି ଯେ ଏହି ଭିଡିଓ ରାଜସ୍ଥାନ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସାଲେ ମହମ୍ମଦଙ୍କ ଏବଂ ତାଙ୍କ ସହ ଦେଖାଯାଇଥିବା ମହିଳା ଯୋଧପୁରର । ବିଜେପି ଏହାର ଟ୍ୱିଟର ଆକାଉଣ୍ଟରେ ଭିଡିଓ ସେୟାର କରିଛି ଏବଂ ସାଲେଙ୍କୁ କଂଗ୍ରେସରୁ ବରଖାସ୍ତ କରିବାକୁ ଦାବି କରିଛି।

ଭିଡିଓ ଲିକ୍ ହେବା ନେଇ ଦୁଇ ଦିନ ପୂର୍ବରୁ ଯୋଧପୁରର ଜଣେ ମହିଳା ପୁଲିସ ନିକଟରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଉପରେ ପୁଲିସ ଅନୁସନ୍ଧାନ କରି ଭିଡିଓ ସେୟାର କରିଥିବା ପାଞ୍ଚଜଣ ବାଳକଙ୍କ ପାଖରେ ପହଞ୍ଚିଥିଲା ।

ଗେହଲୋଟ ସରକାରର ୨ୟ ମନ୍ତ୍ରୀ ଭାବେ ସାଲେ ଯୌନ କେଳଙ୍କାରୀ ମାମଲାରେ ଫସିଛନ୍ତି । ଚଳିତ ବର୍ଷ ଜାନୁଆରୀ ମାସରେ ମନ୍ତ୍ରୀ ରାମଲାଲ ଜାଟଙ୍କୁ ଏକ ଯୌନ କେଳେଙ୍କାରୀରେ ଫସାଇବାକୁ ଉଦ୍ୟମ କରାଯାଇଥିଲା । ଯୋଧପୁର ପୋଲିସ ଏହା ପ୍ରକାଶ କରିଛି। ରାଜସ୍ଥାନ ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟଙ୍କୁ ଏକ ମଡେଲ ମାଧ୍ୟମରେ ହନିଟ୍ରାପ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଥିଲା। ଏହି ଷଡଯନ୍ତ୍ର ପାଇଁ ମଡେଲ ଦୀପିକା (୩୦) ଏବଂ ଅକ୍ଷତ (୩୨)ଙ୍କୁ ଭିଲୱାରା ପୁଲିସ ଗିରଫ କରିଥିଲା। ମନ୍ତ୍ରୀ ନିଜେ ଷଡଯନ୍ତ୍ରକୁ ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର