ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନ୍ଏସ) ମୁଖ୍ୟ ରାଜ୍ ଠାକ୍ରେ ବିଜେପି ଆଡ଼କୁ ଢଳୁଛନ୍ତି। ସିଏଏକୁ ସମର୍ଥନ କରିଛନ୍ତି ରାଜ୍ ଠାକ୍ରେ। ମୁମ୍ବାଇରେ ଅନୁଷ୍ଠିତ ଏକ ସମ୍ମିଳନୀରେ ରାଜ୍ ଠାକ୍ରେ କହିଛନ୍ତି ଯେ, ଭାରତରୁ ପାକିସ୍ତାନ ଏବଂ ବାଂଲାଦେଶର ବେଆଇନ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରାଯିବ। ଏନେଇ ଫେବ୍ରୁଆରି ୯ ତାରିଖରୁ ଏକ ବଡ଼ ଧରଣର ରୢାଲି ଆରମ୍ଭ ହେବ । ଠାକ୍ରେ କହିଛନ୍ତି, ଅନୁପ୍ରବେଶକାରୀଙ୍କ ସହ ଅଧିକ କଠୋର ହେବାକୁ ପଡ଼ିବ। ଆମେ ଏକ ଆଗ୍ନେୟଗିରି ଉପରେ ବସିଛୁ। ଏହା ଯେକୌଣସି ସମୟରେ ଉଦ୍ଗୀରଣ ହୋଇପାରେ ବୋଲି ସେ କହିଛନ୍ତି।
ବିଜେପି ଆଡ଼କୁ ଢଳୁଛନ୍ତି ରାଜ୍ ଠାକ୍ରେ
/sambad/media/post_attachments/wp-content/uploads/2020/01/5bf64bb0-4a7c-11e9-aca9-eac9e517f545.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)