ଏମଏନଏସର ଗୁଣ୍ଡାଗିରି: ମହିଳାଙ୍କୁ ଚାପୁଡ଼ା ମାରିବା ସହ ଧକ୍କା ମାରିଲେ ରାଜ ଠାକରେଙ୍କ ଦଳର ନେତା

ମୁମ୍ବାଇ: ମହିଳାଙ୍କୁ ଚାପୁଡ଼ା ମାରିବା ସହ ଧକ୍କା ମାରିଲେ ରାଜ ଠାକରେଙ୍କ ଦଳର ନେତା। ମୁମ୍ବାଇରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ)ର ଜଣେ ନେତା ଜଣେ ମହିଳାଙ୍କୁ ଚାପୁଡ଼ା ମାରି ଠେଲି ଦେଉଥିବର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଅଗଷ୍ଟ ୨୮ର ହୋଇଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି। ଅଗଷ୍ଟ ୨୮ରେ ଏମଏନଏସ ନେତା ପ୍ରଚାର ବୋର୍ଡ ପାଇଁ ଖୁଣ୍ଟ ଲଗାଇବାକୁ ଚାହୁଁଥିବା ବେଳେ ପୀଡ଼ିତା ମହିଳା ଏନେଇ ଆପତ୍ତି କରିଥିଲେ।

୮୦ସେକେଣ୍ଡର ଭିଡିଓ କ୍ଲିପ୍‌ରେ କିଛି ପୁରୁଷ ପୀଡିତାଙ୍କୁ ଟାଣି ନେଉଥିବାର ନଜର ଆସିଛନ୍ତି। କିନ୍ତୁ ତାଙ୍କୁ ଲଗାତାର ମାଡ଼ ମାରିବା, ଚାପୁଡ଼ା ମାରିବା, ଠେଲିବା ପରେ ବି ମହି‌ଳା ଏହାର ବିରୋଧ କରୁଥିବା ଦେଖିବାକୁ ମିଳିଛି। ତେବେ ଶେଷରେ ସେ ରାସ୍ତାରେ ପଡ଼ିଯାଉଥିବା ଦେଖାଯାଇଛି। ସବୁ ଦେଖି ବି ସ୍ଥାନୀୟ ଲୋକ ହସ୍ତକ୍ଷେପ କରୁନଥିବା ମଧ୍ୟ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ, ରାଜ ଠାକରେଙ୍କ ଦଳୀୟ କର୍ମୀମାନେ ପ୍ରସିଦ୍ଧ ମୁମ୍ବା ଦେବୀ ମନ୍ଦିର ଅଞ୍ଚଳରେ ବାଉଁଶ ପୋତୁଥିଲେ। ଏହି ସମୟରେ ପ୍ରକାଶ ଦେବୀ ତାଙ୍କ ଔଷଧ ଦୋକାନ ସମ୍ମୁଖରେ ବାଉଁଶ ନ ପୋତିବାକୁ କହିଥିଲେ। ଏହି କଥାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହେବା ସହ ଝଗଡା ଆରମ୍ଭ ହୋଇଯାଇଥିଲା।

ସମ୍ବନ୍ଧିତ ଖବର