ମୁମ୍ବାଇ : ଆଜି ମୁମ୍ବାଇର ଛତ୍ରପତି ଶିବାଜୀ ପାର୍କରେ ରାଜ ଠାକରେଙ୍କ ବଡ ରାଲି ହେବାକୁ ଯାଉଛି । ଏହି ରାଲିରେ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ)  ଏନଡିଏରେ ଯୋଗ ଦେବା ନେଇ ସେ ଘୋଷଣା କରିପାରନ୍ତି । ଗୁଡି ପଡ଼ୱା ଅବସରରେ ଆଜି ମୁମ୍ବାଇର ଶିବାଜୀ ପାର୍କରେ ଏମଏନଏସର ବଡ ରାଲି ଅନୁଷ୍ଠିତ ହେବ ।  କିଛି ଦିନ ତଳେ ରାଜ ଠାକରେ ଦିଲ୍ଲୀ ଆସି ଅମିତ ଶାହଙ୍କୁ ଭେଟିଥିଲେ। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ କହିଛନ୍ତି ଯେ ଯଦି ରାଜ ଠାକରେ ଏନଡିଏରେ ଯୋଗ ଦିଅନ୍ତି, ତେବେ ତାଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଯିବ।

Advertisment

ସେପଟେ ମହାରାଷ୍ଟ୍ରର ମହାବିକାଶ ଆଘାଡି (ଏମଭିଏ) ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ଘୋଷଣା କରିଛନ୍ତି ଯେ, ଉଭୟ ଦଳ ମଧ୍ୟରେ ଆସନ ବଣ୍ଟନ କୁ ନେଇ ଆଲୋଚନା ହୋଇଛି। ଉଦ୍ଧବ ଠାକରେ ଗୋଷ୍ଠୀ ୨୧ଟି ଆସନରେ ଲଢ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ୧୭ଟି ଆସନରେ ଲଢିବ । ସେହିପରି ଶରଦ ପାୱାରଙ୍କ ଏନସିପି ମୋଟ ୧୦ଟି ଆସନରେ ଲଢ଼ିବ।

ସୂଚନାଯୋଗ୍ୟ, ଦେଶରେ ୭ ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ମତଦାନ ଆରମ୍ଭ ହେବ । ଜୁନ୍ ୪ତାରିଖରେ ଭୋଟ୍ ଗଣତି ହେବ।