ରାଜ୍‌ ଠାକରେଙ୍କ ଜନ୍ମଦିନରେ ପେଟ୍ରୋଲ ଶସ୍ତା!

ମୁମ୍ବାଇ,: ମହାରାଷ୍ଟ ନବ ନିର୍ମାଣ ସେନା ସଭାପତି ରାଜ ଠାକ୍‌ରେ ଆଜି ତାଙ୍କର ୫୦ତମ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇ ପେଟ୍ରୋଲ ଦର ଶସ୍ତା କରିଛନ୍ତି। କେତେକ ନିର୍ଦ୍ଧିଷ୍ଟ ପେଟ୍ରୋଲ ପମ୍ପ୍‌ରେ ଦୁଇ ଚକିଆ ଯାନ ବ୍ୟବହାରକାରୀଙ୍କୁ ପେଟ୍ରୋଲ ଲିଟର ପିଛା ୪ଟଙ୍କାରୁ ୯ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଇଥିବା ଜଣାପଡ଼ିଛି। ଏହି ଉପହାର ପାଇଁ ସମର୍ଥକମାନେ ଠାକରେଙ୍କୁ କୃତଜ୍ଞତା ଜଣାଇଛନ୍ତି। ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଏଥିପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଜନ୍ମଦିନରେ ରାଜ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ୨୦୧୯ରେ ମୋଦି ସରକାର କ୍ଷମତାଚ୍ୟୁତ ହେବା ନିଶ୍ଚିତ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ଏମ୍‌୍‌ଏନ୍‌ଏସ୍‌ ଲୋକଙ୍କ ଭାବନାକୁ ସମ୍ମାନ ଦେଇ ସର୍ବଦା କାମ କରୁଛି ଏବଂ ଆଗାମୀ ନିର୍ବାଚନରେ ଦଳ ଆଶାନୁରୂପ ଫଳ ପାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର