ଜେଲରୁ ନିର୍ବାଚନ ଲଢ଼ିବେ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ରାଜା ପିଟର

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ରମେଶ ସିଂହ ମୁଣ୍ଡାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ମନ୍ତ୍ରୀ ଗୋପାଳ କୃଷ୍ଣ ପାତର ଓରଫ ରାଜା ପିଟର ବିଧାନସଭା ନିର୍ବାଚନ ଲଢ଼ିବେ।
ତମାଡ଼ର ପୂର୍ବତନ ବିଧାୟକ ରମେଶ ସିଂହ ମୁଣ୍ଡାଙ୍କୁ ୨୦୦୮ ମସିହା ଜୁଲାଇ ୯ ତାରିଖରେ ଗୁଳି କରିହତ୍ୟା ।କରାଯାଇଥିଲା । ଏନ ଆଇଏର ବିଶେଷ ଅଦାଲତ ଜେଲରେ ଥିବା ପୂର୍ବତନ ମନ୍ତ୍ରୀ ରାଜା ପିଟରଙ୍କୁ ବିଧାନସଭା ନିର୍ବାଚନ ଲଢିବା ଲାଗି ସର୍ତ୍ତ ମୂଳକ ଅନୁମତି ଦେଇଛନ୍ତି । ପିଟରଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ସ୍ୱତନ୍ତ୍ର ବିଚାରପତି ନବନୀତ କୁମାର ରାଜା ପିଟରଙ୍କୁ ନାମାଙ୍କନ ପାଇଁ ୧୨ ତାରିଖ ଦେଇଥିବା ଜଣାଯାଇଛି।

Image result for raja peter
image firstpost hindi

ରାଜା ପିଟର ଝାଡ଼ଖଣ୍ଡର ତମାଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢିବେ।ତେବେ ରାଜା ସ୍ବାଧୀନଭାବେ ନିର୍ବାଚନ ଲଢିବେ ନା କୌଣସି ଦଳରୁ ପ୍ରାର୍ଥୀ ହେବେ ତାହା ଜଣାପଡ଼ିନାହିଁ। ଅଦାଲତ ଜେଲ ପ୍ରଶାସନଙ୍କୁ ରାଜାଙ୍କ ପ୍ରାର୍ଥୀପତ୍ର ଦାଖଲଲାଗି ସବୁ ପ୍ରକାରର ସୁବନ୍ଦୋବସ୍ତ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି। 

ସମ୍ବନ୍ଧିତ ଖବର