ନୂଆଦିଲ୍ଲୀ: ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀ ଓ ରାଜ କୁଶୱାହଙ୍କ ସମେତ ବିଶାଳ ଚୌହ୍ବାନ, ଆକାଶ ରାଜପୁତ ଓ ଆନନ୍ଦ କୁର୍ମିଙ୍କୁ ବିଚାରପତିଙ୍କ ସାମ୍ନାରେ ହାଜର କରାଯାଇଥିଲା। ଏହି ସମୟରେ ଆକାଶ ଓ ଆନନ୍ଦ ଦେଇଥିବା ବୟାନରୁ ଓହରି ଯାଇଥିଲେ।
ଦୁଇଅଭିଯୁକ୍ତ ଆକାଶ ଓ ଆନନ୍ଦ କୋର୍ଟରେ ବିଚାରପତିଙ୍କ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇ କହିଥିଲେ, ‘ଆମେ ଏହି ହତ୍ୟା ଘଟଣାରେ ସାମିଲ ନାହୁଁ। ରାଜାଙ୍କୁ ହତ୍ୟା କରିବା ପାଇଁ ଯାହା ବି କରିଛନ୍ତି ସବୁକିଛି ସୋନମ ଓ ବିଶାଲ ମିଶି କରିଛନ୍ତି। ଆମେ କେବଳ ସୋନମଙ୍କ ସୁରକ୍ଷା ପାଇଁ ଥିଲୁ। ହତ୍ୟା ସମୟରେ ଆମେ ଘଟଣାସ୍ଥଳଠାରୁ କିଛି ଦୂରରେ ଛିଡ଼ା ହୋଇଥିଲୁ। ସୋନମ ପ୍ରଥମେ ରାଜାଙ୍କୁ ଗୁଳି କରି ହତ୍ୟା କରିବାକୁ ଯୋଜନା କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଧାରୁଆ ଅସ୍ତ୍ରର ସାହାଯ୍ୟ ନେଇଥିଲେ। ରାଜାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସୋନମ ଓ ରାଜ ବ୍ୟାଗରେ ରଖିଥିବା ବନ୍ଧୁକକୁ ନିକଟସ୍ଥ ଏକ ନାଳରେ ଫିଙ୍ଗି ଦେଇଥିଲେ।’
ମେଘାଳୟ ପୁଲିସ ସୂତ୍ରରୁ ପ୍ରକାଶ, ପ୍ରାରମ୍ଭିକ ଯାଞ୍ଚ ସମୟରେ ସୋନମ ଓ ରାଜ ବ୍ୟବସାୟୀ ରାଜାଙ୍କୁ ହତ୍ୟା କରିଥିବା ସ୍ବୀକାର କରୁ ନଥିଲେ। ଉଭୟ ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ ଥିଲେ। ପରବର୍ତ୍ତୀ ସମୟରେ ସୋନମ ଓ ରାଜ ଜେଲ ଯିବା ପୂର୍ବରୁ ନିଜର ଦୋଷ ସ୍ବୀକାର କରି କହିଥିଲେ, ‘ ରାଜାଙ୍କୁ ହତ୍ୟା କରିବାର ଆମର କେବଳ ଗୋଟିଏ ଉଦ୍ଦେଶ୍ୟ ଥିଲା ଆମେ ଦୁହେଁ ଆମ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଚାହୁଁଥିଲୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/28/b6cd030c-28fa-4f8c-882a-6ffd6024a19c-2025-06-28-14-52-01.jpg)