ହଙ୍ଗାମା ସଂସଦର ଗରିମା ନଷ୍ଟ କରୁଛି: ରାଜନାଥ

ସରକାରଙ୍କ ‘ଡେଥ୍‌ ୱାରେଣ୍ଟ୍‌’ ପାଇଁ ଗଣତନ୍ତ୍ର ଲଜ୍ଜିତ: ରାହୁଲ

ନୂଆଦିଲ୍ଲୀ : ରାଜ୍ୟସଭାରେ ଯେଭଳି ହଙ୍ଗାମା ଏବଂ ହଟ୍ଟଗୋଳ ହେଲା ତାହା ସମଗ୍ର ଦେଶ ଆଗରେ ସଂସଦର ଗରିମା ନଷ୍ଟ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରାଜନାଥ କହିଛନ୍ତି, ଯେଉଁମାନେ ସଂସଦୀୟ ମର୍ଯ୍ୟାଦାକୁ ସମ୍ମାନ ଦେଇ କାମ କରିଛନ୍ତି ସେମାନେ ଏବେ ସଂସଦରେ ହଟ୍ଟଗୋଳ ପାଇଁ ବ୍ୟଥିତ। ତେବେ ଦେଶରେ କୃଷକଙ୍କ ପାଇଁ ଏମ୍‌ଏସ୍‌ପି ବ୍ୟବସ୍ଥା ଜାରି ରହିବ ବୋଲି ରାଜନାଥ ସ୍ପଷ୍ଟ କରିଛନ୍ତି। ତେବେ କୃଷି ବିଲ୍‌କୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ସରକାର ଯେପରି ଏହି ବିଲ୍‌ ଦ୍ବାରା କୃଷକଙ୍କ ବିରୋଧରେ ଡେଥ୍ ୱାରେଣ୍ଟ୍‌ (ମୃତ୍ୟୁ ପରୱାନା) ଜାରି କରିଛନ୍ତି ସେଥିପାଇଁ ଗଣତନ୍ତ୍ର ଲଜ୍ଜିତ।

ସମ୍ବନ୍ଧିତ ଖବର