ରାଜାରାଣୀ ମନ୍ଦିର ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ

ନୂଆଦିଲ୍ଲୀ : ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର ସମେତ ଦେଶର ୧୦ଟି ଐତିହାସିକ କୀର୍ତିରାଜି ସୂର୍ଯ୍ୟୋଦୟ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ। କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଏହି ଘୋଷଣା କରିଛନ୍ତି । ଏସବୁ କୀର୍ତିରାଜିର ଭ୍ରମଣ ସମୟକୁ ବୃଦ୍ଧି କରାଯାଇଥିବା ସମ୍ପର୍କରେ ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୂର୍ବରୁ ଏସବୁ ଐତିହ୍ୟସ୍ଥଳୀ ସକାଳ ୯ଟାଠାରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହୁଥିଲା। ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଥିବା ୧୦ଟି ଐତିହ୍ୟସ୍ଥଳୀ ମଧ୍ୟରେ ଭୁବନେଶ୍ୱରସ୍ଥିତ ରାଜାରାଣୀ ମନ୍ଦିର, ମଧ୍ୟପ୍ରଦେଶର ଛତରପୁରସ୍ଥିତ ଖଜୁରାଓ ଦୁହ୍ଲାଦେଓ ମନ୍ଦିର, ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଥାନେସାରସ୍ଥିତ ଶେଖ ଚିଲ୍ଲି ସମାଧିସ୍ଥଳ, ଦିଲ୍ଲୀର ସଫଦରଜଙ୍ଗ ଓ ହୁମାୟୁନ ସମାଧିସ୍ଥଳ, କର୍ଣ୍ଣାଟକର ଭାଗଲକୋଟ ଅନ୍ତର୍ଗତ ପଟ୍ଟଦକ୍କାଲସ୍ଥିତ କୀର୍ତିରାଜି, କର୍ଣ୍ଣାଟକ ବିଜାପୁରସ୍ଥିତ ଗୋଲ ଗମ୍ବୁଜ, ମହାରାଷ୍ଟ୍ର ଗଡ଼ଚିରୌଲି ଅନ୍ତର୍ଗତ ଛାମୁର୍ସି ମର୍କଣ୍ଡ ମନ୍ଦିରମାଳା, ଉତ୍ତର ପ୍ରଦେଶ ବାରାଣସୀସ୍ଥିତ ବୈଧଶାଳା ମନମହଲ ଓ ଗୁଜରାଟ ପଟନସ୍ଥିତ ରାଣୀ କି ଭାଓ।

ସମ୍ବନ୍ଧିତ ଖବର