ରାଜସ୍ଥାନ ବିଧାନସଭା ନିର୍ବାଚନ: ୧୧ ଜଣ ନେତାଙ୍କୁ ଦଳରୁ ବହିଷ୍କୃତ କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିି ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଦଳରୁ ୧୧ ଜଣ ନେତାଙ୍କୁ ବହିଷ୍କୃତ କରିଛି । ଏହା ସହ ଏହି ନେତାଙ୍କ ଉପରେ ୬ ବର୍ଷ ପର୍ଯ୍ୟନ୍ତ ଦଳ ପ୍ରତିବନ୍ଧକ ମଧ୍ୟ ଲଗାଇଛି । ଭାରତୀୟ ଜନତା ପାର୍ଟି ଚୟନ କରିଥିବା ପ୍ରାର୍ଥୀଙ୍କ ବିରୋଧରେ ଏହି ୧୧ ଜଣ ନେତା ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯେଉଁ କାରଣରୁ ଦଳ ବିରୋଧି କାର୍ଯ୍ୟ କରୁଥିବା ଦର୍ଶାଇ ଏହିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଭାରତୀୟ ଜନତା ପାର୍ଟି ସୂଚନା ଦେଇଛି ।

ବହିଷ୍କୃତ ହୋଇଥିବା ନେତାମାନେ ହେଲେ ସୁରେନ୍ଦ୍ର ଗୋୟେଲ୍‌, ଲକ୍ଷ୍ମୀନାରାୟଣ ଦେ, ରାଧେଶ୍ୟାମ ଗଙ୍ଗାନଗର, ରାଜକୁମାର ରିନଓ୍ଵା, ରାମେଶ୍ୱର ଭାଟି, କୁଲଦିପ୍‌ ଧନକଡ, ଦିନ୍‌ଦୟାଲ କୁମାବତ୍‌, କିଶନାରାମ ନାଇ, ଧନସିଂ ରାଓ୍ଵତ ଓ ଅନିତା କତାରଙ୍କ ନା ରହିଛି । ନିର୍ବାଚନ ପୂର୍ବରୁ ଦଳ ଏହି ନିଷ୍ପତ୍ତି ନେଇ ଏହା ପ୍ରମାଣ କରିଛି ଯେ ଦାଗୀ ନେତା ଭୟରେ ଡରିଯାଇ ଦଳ ତା ନିଷ୍ପତ୍ତି ପରିବର୍ତ୍ତନ କରିବ ନାହିଁ ।

ସମ୍ବନ୍ଧିତ ଖବର