ରାଜସ୍ଥାନ ରାଜ୍ୟପାଳ ଅଡ଼ୁଆରେ, ରିପୋର୍ଟ ମାଗିଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ କ୍ଷମତାକୁ ଆସିବା ଜରୁରୀ ଏବଂ ଦେଶବାସୀ ଏହା ହିଁ ଚାହୁଛନ୍ତି ବୋଲି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ବୟାନ ଦେଇ ଏବେ ଅଡ଼ୁଆରେ ଫସିଛନ୍ତି। ନିର୍ବାଚନ କମିସନ ଏ ବାବଦରେ ଉତ୍ତର ପ୍ରଦେଶ ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଜଣେ ରାଜ୍ୟପାଳ ନିର୍ଦ୍ଦିଷ୍ଟ ଦଳ ଏବଂ ବ୍ୟକ୍ତିଙ୍କ ପ୍ରଚାର ପାଇଁ ଏଭଳି ମନ୍ତବ୍ୟ ଦେଇପାରିବେ କି ନାହିଁ ତାହାର ତର୍ଜମା କରିବେ ନିର୍ବାଚନ କମିସନ। ଗତ ୨୩ ତାରିଖ ଦିନ ସାମ୍ବାଦିକଙ୍କୁ କଲ୍ୟାଣ ସିଂହ କହିଥିଲେ ଯେ ମୋଦୀ ପୁଣି କ୍ଷମତାକୁ ଫେରିବା ଦେଶପାଇଁ ଅତ୍ୟନ୍ତ ଆବଶ୍ୟକ। ଏହା ସହିତ ସେ ନିଜକୁ ବିଜେପିର ଜଣେ କାର୍ଯ୍ୟକର୍ତ୍ତା ବୋଲି ମଧ୍ୟ କହିଥିଲେ। ରାଜ୍ୟପାଳଙ୍କ ଏହି ବୟାନକୁ ନେଇ ବିବାଦ ଉପୁଜିଥିଲା।

ସମ୍ବନ୍ଧିତ ଖବର