ପଞ୍ଜାବ ପରେ ରାଜସ୍ଥାନରେ ବଦଳିବେ କି ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ? ଅଜୟ ମାକେନଙ୍କ ରିଟ୍ୱିଟ୍ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ନବଜୋତସିଂ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ଏବେ ରାଜସ୍ଥାନରେ ବି ବଦଳି ପାରନ୍ତି ପିସିସି ସଭାପତି । ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନଙ୍କ ଏକ ରି ଟ୍ୱିଟ୍ ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଭିତରେ ଚର୍ଚ୍ଚା ଚାଲିଛି କି କଂଗ୍ରେସ ହାଇକମାଣ୍ଡ ବା ଗାନ୍ଧୀ ପରିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲୋଟଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି ।

ଗତ କାଲି ସାମ୍ବାଦିକ ସକିଲ ଅଖତର ଏକ ଟ୍ବିଟ କରି ଲେଖିଥିଲେ ଯେ କେବଳ ଗାନ୍ଧି ପରିବାର ନାଁରେ ଗରିବ, ସାଧାରଣ ଲୋକ କଂଗ୍ରେସକୁ ଭୋଟ ଦିଅନ୍ତି । କିନ୍ତୁ ଅମରିନ୍ଦର କିମ୍ବା ଗେହଲୋଟ୍ ପରି ବ୍ୟକ୍ତି ଭାବନ୍ତି ଯେ ସେମାନଙ୍କ ନାଁରେ ଭୋଟ ମିଳୁଛି । ଏହି ଟ୍ୱିଟକୁ  ରିଟ୍ୱିଟ୍ କରିଥିଲେ ମାକେନ ।

ପ୍ରାୟ ୧୦ ଦିନ ପୂର୍ବରୁ ଅଜୟ ମାକେନ ଜୟପୁର ଆସିଥିଲେ । ସେ କହିଥିଲେ କି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ବିସ୍ତାର ଓ ଦଳର କିଛି ପଦ ପଦବୀର ନବୀକରଣ କରିବାକୁ ସେ ଆସିଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ବୈଠକ ପରେ ବି କିଛି ନିଷ୍ପତ୍ତି ହୋଇପାରି ନଥିଲା । ପାଇଲଟଙ୍କ ସମର୍ଥକଙ୍କୁ ମନ୍ତ୍ରୀ ମଣ୍ଡଳ ଓ ଦଳୀୟ ପଦବୀରେ ନିଯୁକ୍ତି ଦେବା ନେଇ ଏକ ଫର୍ମୁଲା ପ୍ରସ୍ତୁତ ହୋଇଥିଲା । ହେଲେ କୁହାଯାଇଛି କି ଗେହଲୋଟ୍ ପାଇଲଟଙ୍କ ସହ କ୍ଷମତାକୁ ନେଇ ଭାଗ କରିବାକୁ ପ୍ରସ୍ତୁତ ନଥିଲେ । ଏହାକୁ ନେଇ ନିରାଶ ହୋଇ ଫେରିଥିଲେ ଅଜୟ ମାକେନ ।

ସମ୍ବନ୍ଧିତ ଖବର