ନୂଆଦିଲ୍ଲୀ: ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ପୁଅ ବୈଭବ ଗେହଲଟ୍ଙ୍କ ମଧ୍ୟରେ ରାଜସ୍ଥାନ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ହୋଇଥିବା ଏକ ଆଲୋଚନାର ଭିଡିଓ ଏବେ ଭାଇରାଲ୍ ହୋଇଛି ଏବଂ ଏହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ଗେହଲଟ୍ଙ୍କ ପୁଅ ବୈଭବ ଗେହଲଟ୍ ଏବଂ ବାଚସ୍ପତି ସିପି ଯୋଶୀ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସମ୍ପର୍କରେ ଆଲୋଚନା କରୁଛନ୍ତି।
ବାଚସ୍ପତି ବୈଭବଙ୍କୁ କହିଛନ୍ତି, ଯଦି ୩୦ ବିଧାୟକ ଛାଡ଼ିଦେବେ ତେବେ ତୁମେ କିଛି କରିପାରିବ ନାହିଁ। ସେମାନେ ସରକାର ଭାଙ୍ଗି ଦେଇପାରିବେ। ଏବେ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି ଏବଂ ଏଭଳି ସ୍ଥିତିରେ କିଛି କରିହେବନି ବୋଲି ସେ କହୁଥିବା ଶୁଣାଯାଉଛି। ବାଚସ୍ପତି ଏବଂ ବୈଭବ ଗେହଲଟ୍ଙ୍କ ମଧ୍ୟରେ କଥାବାର୍ତ୍ତାର ଏହି ଭିଡିଓ ବାଚସ୍ପତିଙ୍କ ପିଆର୍ଓଙ୍କ ଦ୍ବାରା ପରିଚାଳିତ ରାଜସ୍ଥାନ ସାମ୍ବାଦିକ ହ୍ବାଟ୍ସଆପ୍ ଗ୍ରୁପ୍ରେ ଭାଇରାଲ୍ ହୋଇଛି। ଆଜି ବିଜେପି ବାଚସ୍ପତିଙ୍କ ଇସ୍ତଫା ଦାବି କରିଛି। ରାଜସ୍ଥାନର ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି, ବାଚସ୍ପତି ଆଉ ନିରପେକ୍ଷ ନ ରହିବା ଚିନ୍ତାଜନକ ହୋଇଛି। ନୈତିକତା ଦୃଷ୍ଟିରୁ ବାଚସ୍ପତି ତାଙ୍କ ପଦରୁ ଇସ୍ତଫା ଦେଇଦେବା ଉଚିତ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/fghjdjdgjdgjdg5j4dg9j4d8gj4dg98jdgjdgjgjjg.jpg)