ରାଜସ୍ଥାନ ପାଠ୍ୟ ପୁସ୍ତକରେ ତିଲକ ‘ଆତଙ୍କବାଦର ଜନକ’

ଜୟପୁର: ରାଜସ୍ଥାନ ଶିକ୍ଷା ବୋର୍ଡ ଦ୍ୱାରା ସ୍ୱିକୃତୀପ୍ରାପ୍ତ ଅଷ୍ଟମ ଶ୍ରେଣୀ ବହିରେ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କୁ ଆତଙ୍କବାଦର ଜନକ ବୋଲି ଲେଖାଯାଇଛି। ଜଣେ ମହାନ ଦେଶଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଏହା ଅପମାନ ବୋଲି ସାଧାରଣରେ କୁହାଯାଇଛି। ରାଜସ୍ଥାନ ସରକାରଙ୍କ ଏଭଳି ଅକ୍ଷମଣୀୟ ଭୁଲ ପାଇଁ ବିଭିନ୍ନ ମହଲରେ ଏହାକୁ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ଏହା ହିଁ ବିଜେପିର ଦେଶ ପ୍ରେମ ବୋଲି କଂଗ୍ରେସ କହିଛି। ରାଜସ୍ଥାନ ବୋର୍ଡ ଦ୍ୱାରା ସ୍ୱିକୃତୀ ପ୍ରାପ୍ତ ଷ୍ଟୁଡେଣ୍ଟସ ଆଡଭାଇଜର ପବ୍ଲିକେସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମଥୁରାରେ ମୁଦ୍ରଣ ହୋଇଥିବା ଏହି ଇଂରାଜୀ ମାଧ୍ୟମ ବହିର ଜାତୀୟତା ଆନ୍ଦୋଳନ ଅଧ୍ୟାୟରେ ଏଭଳି ଉଲ୍ଲେଖ ରହିଛି। ବହିର ୨୨ ନମ୍ବର ଅଧ୍ୟାୟର ୨୬୭ ନଂ ପୃଷ୍ଠାରେ ଥିବା ଏହି ଭୁଲକୁ ପରବର୍ତ୍ତୀ ସମୟରେ ସଂଶୋଧ କରାଯାଇଛି ବୋଲି ରାଜସ୍ଥାନ ସରକାର କହିଛନ୍ତି।

ସମ୍ବନ୍ଧିତ ଖବର