ର‌ାଜସ୍ଥାନ ସ୍କୁଲ୍‌ ବହିରେ ରହିବେ ସହିଦ ଯବାନ

ଜୟପୁର: ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ମଧ୍ୟରେ ରାଜସ୍ଥାନରୁ ୫ ଜଣ ଅଛନ୍ତି। ତେବେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଏହି ଯବାନଙ୍କ ଗାଥା ସମ୍ପର୍କରେ ଏକ ଅଧ୍ୟାୟ ରାଜସ୍ଥାନର ସବୁ ସ୍କୁଲ୍‌ ବହିରେ ଯୋଡ଼ିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦୀଙ୍କ ଏହି ଆକ୍ରମଣ ବିଭୀଷିକା ଏବଂ ସହିଦମାନଙ୍କ ସମ୍ପର୍କରେ ପରପିଢ଼ି ଜାଣିବା ପାଇଁ ଏକ ଅଧ୍ୟାୟ ସ୍କୁଲ୍‌ବହିରେ ସ୍ଥାନୀତ କରିବା ପାଇଁ ସରକାର ବିଚାରବିମର୍ଶ ଜାରି ରଖିଥିବା ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତସ୍ରା ଆଜି କହିଛନ୍ତି।

ସମ୍ବନ୍ଧିତ ଖବର