ଜୟପୁର: ଆଜି ଭୋର ୩ଟା ସମୟରେ ରାଜସ୍ଥାନରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ନାଗୌରର କୁଚମନରେ ଆଜି ଭୋର ୩ଟା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

Advertisment

ମିଳିଥିବା ସୂଚନା  ଅନୁସାରେ ୨ଟି ମିନିବସ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଶକ୍ତ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ସଡ଼କ ଦୁର୍ଘଟଣାରେ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।


କୁହାଯାଉଛି ଯେ, ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ ୫ ଜଣ ମହିଳା ଓ ୨ ଜଣ ଶିଶୁ ମଧ୍ୟ ଅଛନ୍ତି । ଦୁର୍ଘଟଣା ପରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଆଜି ଭୋର ସକାଳ ପ୍ରାୟ ୩ଟାରେ କିଷନଗନ ହନୁମାନଗନ ମେଘା ରାଜପଥରେ ଘଟିଛି । ଖବର ପାଇବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ତଦନ୍ତ ଆରମ୍ଭ କରିଛି ।