ରୋଗୀଙ୍କ ପେଟରୁ ବାହାରିଲା ୧୧୬ଟି ଲୁହା କଣ୍ଟା, ଡାକ୍ତର ହୋଇଗଲେ ତାଜୁବ

ନୂଆଦିଲ୍ଲୀ: ରାଜସ୍ଥାନର ଜଣେ ରୋଗୀଙ୍କ ପେଟରୁ ଏଭଳି କିଛି ଜିନିଷ ବାହାରିଛି ଯାହାକି ଅପରେସନ କରୁଥିବା ଡାକ୍ତରଙ୍କୁ ତାଜୁବ କରିଦେଇଛି |

ରାଜସ୍ଥାନର ବୁନଦୀ ଜିଲ୍ଲାର ଜଣେ ରୋଗୀଙ୍କର ପେଟରେ ଯନ୍ତ୍ରଣା ହେଉଥିଲା | ତେଣୁ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଯନ୍ତ୍ରଣାର କାରଣ ଜାଣିବାକୁ ରୋଗୀଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା | ଏହାପରେ ରୋଗୀଙ୍କର ଅପରେସନ କରାଯାଇଥିଲା | ଅପରେସନ ପରେ ତାଙ୍କ ପେଟରୁ ୧୧୬ଟି ଲୁହାକଣ୍ଟା,ଗୋଟିଏ ଲମ୍ବା ଲୁହା ତାର ବାହାରିଥିଲା |

ଡାକ୍ତରଙ୍କର କହିବା ମୁତାବକ ଲୁହା କଣ୍ଟାର ଲମ୍ବା ସାଢେ ୬ ସେଣ୍ଟି ମିଟର ହୋଇଥିବାବେଳେ ସଫଳତାର ସହ ଅପରେସନ ହୋଇଛି | ମିଳିଥିବା ସୂଚନା ମୁତାବକ ବ୍ୟକ୍ତି ଜଣକ ଜଣେ ମାନସିକ ରୋଗୀ ହୋଇଥିବାବେଳେ କିଭଳି ଏତେ କଣ୍ଟା ଖାଇଦେଇଥିଲେ ତାହା କହିପାରୁନାହାନ୍ତି | ଏବେ ରୋଗୀଟିର ଅବସ୍ଥା ଠିକ ଅଛି |

ଅପରେସନ କରୁଥିବା ଡାକ୍ତର କହିଛନ୍ତି ଯେ ଯେତେବେଳେ ପେଟର ଏକ୍ସରେ କରାଯାଇଥିଲା ସେତେବେଳେ ପେଟରେ ଗୁଡ଼ାଏ ଲୁହାକଣ୍ଟା ଥିବାର ଦେଖାଯାଇଥିଲା | ଆଉ ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ସମ୍ବନ୍ଧିତ ଖବର