ରାଜସ୍ଥାନ: ସମରାଭ୍ୟାସ ବେଳେ ୩ ‌‌କ୍ଷେପଣାସ୍ତ୍ର ମିସ୍‌ଫାୟାର

ଜୟପୁର : ରାଜସ୍ଥାନର ଜୟସଲମେରରେ ଶନିବାର ଦିନ ସେନାର ଏକ ସମରାଭ୍ୟାସ ଚାଲିଥିବାବେଳେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ୩ଟି କ୍ଷେପଣାସ୍ତ୍ର ମିସ୍‌ଫାୟାର ହୋଇଥିଲା। ଏହି ସମୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ପୋଖରାନ୍‌ରେ ସମରାଭ୍ୟାସ ଚାଲିଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ‌କ୍ଷେପଣା‌ସ୍ତ୍ର ଗୁଡ଼ିକ ମିସ୍‌ଫାୟାର ହୋଇଥିଲା। ‌କ୍ଷେପଣାସ୍ତ୍ର ଗୁଡ଼ିକ ସୀମା ଅଂଚଳର ବିଭିନ୍ନ ସ୍ଥାନ ପଡ଼ି ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲେ ମଧ୍ୟ ଏଥିପାଇଁ କୌଣସି କ୍ଷୟକ୍ଷତି ହୋଇନାହିଁ।

ପ୍ରତିରକ୍ଷା ମୁଖପାତ୍ର ଲେପ୍ଟନାଣ୍ଟ କର୍ନେଲ ଅମିତାଭ ଶର୍ମା କହିଛନ୍ତି, ସାମରିକ ସମରାଭ୍ୟାସ ସମୟରେ କ୍ଷେପଣାସ୍ତ୍ରଗୁଡ଼ିକ ମିସ୍‌ଫାୟାର ହୋଇଥିଲା। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ଏବଂ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଶର୍ମା କହିଛନ୍ତି। ୨ଟି କ୍ଷେପଣାସ୍ତ୍ରର ଧ୍ବଂସାବଶେଷକୁ ଠାବ କରାଯାଇଛି। ଅନ୍ୟପକ୍ଷେ ତୃତୀୟ ‌କ୍ଷେପଣାସ୍ତ୍ର ସଂକ୍ରାନ୍ତରେ କିଛି ଖବର ନାହିଁ।

ସମ୍ବନ୍ଧିତ ଖବର