ଏଠି ଗାଈ ଶୁଣନ୍ତି ଦୈନିକ ୩ ଘଣ୍ଟା ଗୀତ; କାରଣ ଜାଣି ଆଶ୍ଚର୍ଯ୍ୟ ହେବେ !

ରାଜସ୍ଥାନ : ରାଜସ୍ଥାନର ସୀକାର ଜିଲ୍ଲାର ନିମକାଥାନାର ଖେତଡ଼ି ରୋଡ଼ ଠାରେ ଥିବା ଶ୍ରୀଗୋପାଳ ଗୋଶାଳାରେ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟା ସମୟରେ ଗାଈମାନଙ୍କୁ ୩ ଘଣ୍ଟା କାଳ ମାଇକ ଲଗାଇ ଗୀତ ଶୁଣାଯାଇଥାଏ । ଗୋଶାଳାର ପ୍ରମୁଖଙ୍କ କହିବା ଅନୁଯାୟୀ ଏପରି କରିବା ଦ୍ୱାରା ଗାଈମାନେ ଅଧିକ ପରିମାଣରେ କ୍ଷୀର ଦେଇଥାନ୍ତି । ଏହା ପଛରେ ଥିବା କାରଣ ବିଷୟରେ ଆସନ୍ତୁ ଜାଣିବା ।

ମିଡ଼ିଆ ରିପୋର୍ଟ ଅନୁଯାୟୀ , ଶ୍ରୀଗୋପାଳ ଗୋଶାଳାରେ ପ୍ରାୟ ୫୫୦ଟି ଗାଈ ରହିଛନ୍ତି । ଏହି ଗାଈମାନଙ୍କୁ ପ୍ରତିଦିନ ସକାଳ ୫:୩୦ରୁ ୮:୩୦ ଏବଂ ସନ୍ଧ୍ୟା ୪:୩୦ରୁ ୮ଟା ପର୍ଯ୍ୟନ୍ତ ଆମ୍ପ୍ଲିଫାୟାର ଦ୍ୱାରା ଗୀତ ଶୁଣା ଯାଇଥାଏ । ଗାଈମାନଙ୍କୁ ଏହି ସମୟରେ ଭଜନ ଶୁଣିବାକୁ ଦିଆ ଯାଇଥାଏ । ଏହା ଦ୍ୱାରା ଗାଈମାନଙ୍କ ଶରୀରରେ ଅଧିକ ମାତ୍ରାର କମ୍ପନ ସୃଷ୍ଟି ହୁଏ ଯାହାଫଳରେ ସେମାନଙ୍କର ଦୁଗ୍ଧ ଦେବାର ପରିମାଣର ବୃଦ୍ଧି ପାଇଥାଏ ।

rochakpost.com

ଏ ବିଷୟରେ ପଚରାଯିବାରୁ, ‘ଏପରି କରିବା ପାଇଁ ମତେ ଜଣେ ଗୋଭକ୍ତ କହିଥିଲେ । ଏହା ସତ କି ନାହିଁ ଜାଣିବା ପାଇଁ ଏହାକୁ ମୋ ଗୋଶାଳାରେ ପରୀକ୍ଷା କରିବା ପରେ ଏହା ପ୍ରକୃତରେ ସତ ବୋଲି ଜାଣି ପାରିଲି । ୨୦୧୬ ମସିହାରେ ମୁଁ ପ୍ରଥମ ଥର ପାଇଁ ଏହାର ପରୀକ୍ଷଣ କରିଥିଲି । ଏହା ଦ୍ୱାରା ଗାଈମାନେ ୨୦ ପ୍ରତିଶତ ଅଧିକ ଦୁଗ୍ଧ ଦେବା ଆରମ୍ଭ କରିଥିଲେ ” ବୋଲି ଗୋଶାଳାର ମୁଖ୍ୟ ଦୌଳତରାମ ଗୋୟଲ କହିଛନ୍ତି।
ସେ କହିଛନ୍ତି ଗାଈଙ୍କୁ ଠିକ ଭାବେ ରଖିବା ପାଇଁ ଗୋଶାଳାରେ ୪୦ ଫୁଟ ଲମ୍ବା ଏବଂ ୫୪ଫୁଟ ଚଉଡ଼ା ବିଶିଷ୍ଟ ଘର ପ୍ରସ୍ତୁତ କରିଛନ୍ତି । ଏହା ସହ ଗୋଶାଳାରେ ୧୦୮ଟି ପଙ୍ଖା ଲଗାଯିବା ସହ ମ୍ୟୁଜିକ ସିଷ୍ଟମର ମଧ୍ୟ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର