ଆଇଆର୍‌ଏସ୍‌ ଅଧିକାରୀଙ୍କ ଘରେ ଚଢ଼ାଉ କଲା ରାଜସ୍ଥାନ ଏସିବି: ଜବତ କଲା ୨. ୬୬ କୋଟି ନଗଦ ଟଙ୍କା, ସମ୍ପତ୍ତି ଓ କାଗଜପତ୍ର

ଜୟପୁର: ଶନିବାର ଦିନ ଜଣେ ଇଣ୍ଡିଆନ୍‌ ରେଭିନ୍ୟୁ ସର୍ଭିସ୍‌ ଅଧିକାରୀଙ୍କ (ଆଇଆର୍‌ଏସ୍‌) ବାସଭବନରେ ଚଢ଼ାଉ କରି ରାଜସ୍ଥାନ ଆଣ୍ଟି-କରପସନ୍‌ ବ୍ୟୁରୋ (ଏସିବି) ୨. ୨୬ କୋଟିରୁ ଅଧିକ ନଗଦ ଟଙ୍କା, ବହୁ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ସଂକ୍ରାନ୍ତ କାଗଜପତ୍ର ଜବତ କରିଛନ୍ତି।
ଆଇଆର୍‌ଏସ୍‌ ଅଧିକାରୀ ଜଣକ ହେଉଛନ୍ତି ସହି ରାମ ମୀନା। ଚଢ଼ାଉ ସମୟରେ ଏସିବି ଟିମ୍‌ ୨, ୨୬, ୦୦, ୦୯୮/- ନଗଦ ଟଙ୍କା, ୬ ଲକ୍ଷ ଟଙ୍କାର ଗହଣା ଜବତ କରାଯାଇଛି।
ଏହାଛଡ଼ା ଏସିବି ଟିମ୍‌ ରାମଙ୍କ ମାଲିକାନାରେ ରାଜ୍ୟ ରାଜଧାନୀର ମଧ୍ୟସ୍ଥଳରେ ଥିବା ପେଟ୍ରୋଲ୍‌ ପମ୍ପ୍‌, ୨୫ଟି ଦୋକାନ ଏବଂ ୮୨ଟି ଜାଗା ଥିବା ଚଢ଼ଉ ବେଳେ ଜାଣି ପାରିଥିଲେ।
ମୀନାଙ୍କ ନାମରେ କେତେଗୁଡ଼ିଏ ଦୁର୍ନୀତି ଅଭିଯୋଗ ଆସିବା ପରେ ଏସିବି ଟିମ୍‌ ଚଢ଼ାଉ ଯୋଜନା କରିଥିଲା। ଅନ୍ୟ ଏକ ରିପୋର୍ଟ ଅନୁସାରେ ମୀନା ଲାଞ୍ଚ ଗ୍ରହଣ କରିବା ସମୟରେ ହିଁ ଏସିବି ଟିମ୍‌ ହାତରେ ଧରାପଡ଼ିଥିଲେ।
ସମ୍ପ୍ରତି ମୀନା ରାଜସ୍ଥାନର କୋଟା ଠାରେ ଡେପୁଟି କମିସନର୍‌ (ନାକ୍ରୋଟିକ୍‌)) ଭାବେ ନିଯୁକ୍ତ।

ସମ୍ବନ୍ଧିତ ଖବର