ନୂଆଦିଲ୍ଲୀ, ୧୫/୭ : ରାଜସ୍ଥାନର ହନୁମାନଗଡ଼ ସହରରେ ୩ ଭଉଣୀ ଏକାବେଳେ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ବାଜି ମାରିନେଇଛନ୍ତି। ୩ ଭଉଣୀ ଯାକ ଏକ ସମୟରେ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ସେମାନଙ୍କ ଅନ୍ୟ ୨ ଭଉଣୀ ପ୍ରଶାସନିକ ସେବା ଅଧିକାରୀ ଥିଲେ। ଏବେ ସମସ୍ତ ୫ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ। ଆଇଏଫଏସ୍ ଅଫିସର୍ ପ୍ରବୀଣ କସ୍ବନ୍ ପ୍ରଥମେ ଏହି ୩ ଭଉଣୀଙ୍କ ସଫଳତା ଖବର ଟ୍ବିଟ୍ କରିଥିଲେ। ସେ ମଧ୍ୟ ସେମାନଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ପ୍ରବୀଣ କହିଛନ୍ତି, ଅଂଶୁ, ଋତୁ ଏବଂ ସୁମନ୍ ହନୁମାନଗଡ଼ର ୩ ଭଉଣୀ।
ସେମାନେ ସମସ୍ତେ ଏକ ସମୟରେ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ସେମାନଙ୍କୁ ପରିବାରକୁ ଗୌରବାନ୍ବିତ କରିଛନ୍ତି। ଅନ୍ୟ ୨ ଭଉଣୀ ରୋମା ଏବଂ ମଂଜୁ ମଧ୍ୟ ପୂର୍ବରୁ ରାଜସ୍ଥାନ ପ୍ରଶାସନିକ ସେବା ଅଧିକାରୀ ହୋଇସାରିଛନ୍ତି। ସହଦେବ ସହରନ୍ ନାମକ ଜଣେ କୃଷକଙ୍କର ଏହି ୫ ଝିଅ ରେକର୍ଡ କରିଦେଇଛନ୍ତି। ଆଇଏଫଏସ୍ ଅଫିସର୍ ପ୍ରବୀଣ କରିଥିବା ଏହି ଟ୍ବିଟ୍କୁ ୫ ହଜାରରୁ ଅଧିକ ଲାଇକ୍ ଏବଂ କମେଣ୍ଟ୍ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/f5s456hfs46h4f5s6h456fsfsh.jpg)