ନୂଆଦିଲ୍ଲୀ : ପାକିସ୍ତାନୀ ମହିଳା ସୀମା ହାଇଦର ଭଳି ଘଟଣା ଏବେ ଭାରତର ଅଞ୍ଜୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଫେସ୍‌ବୁକ୍‌ ବନ୍ଧୁଙ୍କ ପ୍ରେମରେ ପଡ଼ି ରାଜସ୍ଥାନର ଭିୱାଡ଼ି ଜିଲ୍ଲାରେ ରହୁଥିବା ଅଞ୍ଜୁ ପାକିସ୍ତାନରେ ପହଞ୍ଚିଯାଇଥିବା ଘଟଣା ସାମ୍ନାକୁ ଆସିଛି।

Advertisment

ଏହି ଘଟଣାକୁ ନେଇ ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦ କହିଛନ୍ତି, ‘ମୁଁ ଜାଣି ନାହିଁ ସ୍ତ୍ରୀ ପାକିସ୍ତାନ କେବେ ଓ କାହିଁକି ଯାଇଛନ୍ତି। ସେ କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି ବୋଲି କହିଥିଲେ।  ଏମିତି କି ସେ ଯାତ୍ରା ସମୟରେ ମୋ ସହିତ କ୍ରମାଗତ ଭାବେ ହ୍ବାଟସଆପ କଲରେ ବି ଥିଲେ। ରବିବାର ବି ସେ ମୋ ସହିତ ହ୍ବାଟସଆପରେ କଥା ହୋଇଛନ୍ତି।

ସେ ସମୟରେ ସେ କହିଥିଲେ କି ପାକିସ୍ତାନର ଲାହୋରରେ ସେ ଅଛନ୍ତି, ଆଉ ଦୁଇଦିନ ଦିନ ମଧ୍ୟରେ ଫେରି ଆସିବେ। ଅଞ୍ଜୁ ମୋତେ ମିଛ କହିଛନ୍ତି। କେମିତି ସେ ପାକିସ୍ତାନ ଗଲେ, କେବେ ଭିସା ପ୍ରାପ୍ତ କଲେ ମୁଁ କିଛି ବି ଜାଣି ପାରିଲି ନାହିଁ। କ‌ାରଣ ମୁଁ ମୋ ସ୍ତ୍ରୀର ଫୋନ କେବେ ଦେଖେ ନାହିଁ। ସେ ଫୋନରେ କ’ଣ କରୁଛନ୍ତି କାହା ସହିତ କଥ‌ା ହେଉଛି ଏସବୁ ମୁଁ କେ‌ବେ ବି ପଚାରେ ନାହିଁ। ଏବେ ମୋ ପିଲା ସ୍ଥିର କରି‌ବେ କି ଅଞ୍ଜୁ ଫେରିଲେ ଆଉ ଆମ ସହିତ ରହିବେ କି ନାହିଁ।’

ପ୍ରେମୀ ନସ୍‌ରୁଲ୍ଲାହଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ବାରେ ରହିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଜୁ କହିଛନ୍ତି, ‘ମୁଁ ପାକିସ୍ତାନ ଆସିଥିବା କଥା କାହାକୁ ଜଣାଇ ନାହିଁ। ଦୁଇଚାରିଦିନ ମଧ୍ୟରେ ଭାରତ ଫେରିଯିବି।’