ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ରାଜସ୍ଥାନରେ ୫ ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛନ୍ତି। ଗେହଲଟ ରାଜ୍ୟର ଭୋଟରଙ୍କୁ ଓପିଏସ୍ (ପୁରୁଣା ପେନ୍ସନ ଯୋଜନା) ପାଇଁ ଆଇନ ଏବଂ କିଲୋ ପିଛା ୨ ଟଙ୍କାରେ ଗାଈ ଗୋବର କ୍ରୟ ଭଳି ପ୍ରତିଶ୍ରୁତି ଦେଇଛନ୍ତି। ଗେହଲଟ ଦେଇଥିବା ଅନ୍ୟ ନିର୍ବାଚନ ପ୍ରତିଶ୍ରୁତିଗୁଡ଼ିକ ହେଉଛି କଲେଜ ଛାତ୍ରଙ୍କୁ ଲାପଟପ୍ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବେଳେ କୌଣସି କ୍ଷୟକ୍ଷତି ପାଇଁ ୧୫ ଲକ୍ଷ ଟଙ୍କାର ବୀମା । ସେହିପରି ୧ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦେବା ସହ ୩ ବର୍ଷ ପାଇଁ କମ୍ଲିମେଣ୍ଟାରି ଇଣ୍ଟରନେଟ୍ ସେବା ଦେବାକୁ ଗେହଲଟ ଘୋଷଣା କରିଛନ୍ତି। ଗେହଲଟ କହିଛନ୍ତି, କଂଗ୍ରେସ ପୂର୍ବରୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରି ସାରିଛି। ପୂର୍ବରୁ କୃଷିଋଣ ଛାଡ଼ ଭଳି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟ ସଠିକ୍ ସମୟରେ ପୂରଣ ହୋଇଛି । କ୍ଷମତାକୁ ଆସିଲେ ୭ ଦିନ ମଧ୍ୟରେ କୃଷିଋଣ ଛାଡ଼ ହେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ପ୍ରତିଶ୍ରୁତି ଧାର୍ଯ୍ୟ ସମୟ ମଧ୍ୟରେ ପୂରଣ ହୋଇଥିଲା ବୋଲି ଗେହଲଟ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଗେହଲଟ ଏକ ରୢାଲିରେ ୧.୦୫ କୋଟି ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦେବେ ବୋଲି ପ୍ରତିଶ୍ରୁତି ଦେଇ ସାରିଛନ୍ତି।
ରାଜସ୍ଥାନ ବିଧାନସଭା ନିର୍ବାଚନ: ଗେହଲଟଙ୍କ ୫ ନିର୍ବାଚନ ପ୍ରତିଶ୍ରୁତି
ଓପିଏସ୍ ପାଇଁ ଆଇନ , କଲେଜ ଛାତ୍ରଙ୍କୁ ଲାପଟପ୍ ଏବଂ କିଲୋପିଛା ୨ ଟଙ୍କାରେ ମିଳିବ ଗାଈ ଗୋବର