ରାଜସ୍ଥାନ ବିଧାନସଭା ନିର୍ବାଚନ: ଶାସକ ବିଜେପିକୁ ପଛରେ ପକାଇ କଂଗ୍ରେସ ଆଗୁଆ

ଜୟପୁର: ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନର ୧୯୯ଟି ଆସନର ଭୋଟ୍‌ ଗଣତି ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ଆରମ୍ଭ ହୋଇଛି। କଂଗ୍ରେସ ୯୧ ଆସନରେ ଆଗୁଆ, ବିଜେପି ୮୪, ବିଏସପି ୩ ଟି ଆସନରେ ଆଗୁଆ ରହିଥିବାବେଳେ ଅନ୍ୟାନ୍ୟ ୨୧ଟି ଆସନରେ ଆଗେଇଛନ୍ତି।

ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବାରୁ ସମ୍ପୃକ୍ତ ଆସନରେ ନିର୍ବାଚନ ବାତିଲ କରାଯାଇଥିଲା। ଏଥର ବିଧାନସଭା ନିର୍ବାଚନରେ ରାଜସ୍ଥାନ ୭୪. ୨୧% ମତଦାନ ରେକର୍ଡ କରାଯାଇଛି। ଅବଶ୍ୟ ଏହା ଗତ ୨୦୧୩ ବିଧାନସଭା ନିର୍ବାଚନ ଠାରୁ ୧. ୦୨% କମ୍‌। ରାଜ୍ୟରେ କ୍ଷମତା ହାସଲ ନିମନ୍ତେ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ଯୋର୍‌ଦାର୍‌ ପ୍ରଚାର ଅଭିଯାନ ଚଳାଇଥିଲେ।

ଜୟପୁର ଓ ରାଜସ୍ଥାନରେ ଦୁଇଟି ଲେଖାଏଁ କେନ୍ଦ୍ର ସମେତ ସମଗ୍ର ରାଜ୍ୟରେ ୩୫ କେନ୍ଦ୍ରରେ ଭୋଟ୍‌ ଗଣତି ଚାଲିଛି।

ଡିସେମ୍ବର ୭ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ମତଦାନ ଗଣତି ପାଇଁ ରାଜ୍ୟରେ ପ୍ରାୟ ୨୦,୦୦୦ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର