ଚୀନ ସୀମାରେ ସହିଦ ହୋଇଥିବା ୨୦ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସ୍ଥଗିତ ରହିଲା ରାଜସ୍ଥାନର ବିଧାନସଭା ଅଧିବେଶନ

ଦିନ ୧ଟାରୁ ପୁଣି ହେବ ଆରମ୍ଭ

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଗତକାଲି ଦଳର ଅସନ୍ତୁଷ୍ଟ ନେତା ସଚିନ ପାଇଲଟ୍‌ ଏବଂ ତାଙ୍କର ୧୮ ଜଣ ସମର୍ଥକ ବିଧାୟକଙ୍କୁ ଦଳକୁ ସ୍ବାଗତ କରିଥିଲେ। ନିକଟ ଅତୀତରେ ଯାହା କିଛି ଘଟିଯାଇଛି ତାହାକୁ ଭୁଲିଯିବା ଏବଂ କ୍ଷମା କରିଦେବା ହିଁ ଉଚିତ୍‌ ପନ୍ଥା ବୋଲି ସେ କହିଥିଲେ। ପାଇଲଟ୍‌ ଗୋଷ୍ଠୀ ସହ ବୁଝାମଣା ପରେ ସେମାନେ ଗତକାଲି ପ୍ରଥମ ଥର ପାଇଁ ଦଳୀୟ ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରାୟ ଏକ ମାସ ଧରି ଚାଲିଥିବା ଛକାପଞ୍ଝାର ଅବସାନ ଘଟିବା ପରେ ଆସି ବିଧାନସଭା ଅଧିବେଶନରେ ଯୋଗ ଦେଇଥିଲେ ସଚିନ ପାଇଲଟ ଏବଂ ତାଙ୍କୁ ସମର୍ଥନ କରୁଥିବା ବିଧାୟକ।

ଦିନ ୧୧ଟାରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଚୀନ ସୀମାରେ ସହିଦ ହୋଇଥିବା ୨୦ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ଆସ୍ଥା ଭୋଟ୍  ଲାଗି ପ୍ରସ୍ତାବ ଦେଇଥିଲେ। ଭାରତୀୟ ଜନତା ପାର୍ଟି ପ୍ରଥମେ ଅନାସ୍ଥା ଭୋଟ ପ୍ରସ୍ତାବ ଆଣିବା ପାଇଁ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଗ ଆସ୍ଥା ଭୋଟ ପ୍ରସ୍ତାବ ଦେଇ ବିଜେପିର ସବୁ ଯୋଜନାକୁ ପଣ୍ଡ କରିଦେଇଛନ୍ତି। ଏହା ସହ ତାଙ୍କ ସରକାର ବହୁମତ ସାବ୍ୟସ୍ତ କରିବ ବୋଲି ଅଶୋକ ଗେହଲୋଟ୍ ଦାବି କରିଛନ୍ତି।

राजस्थान के मुख्यमंत्री अशोक गहलोत (PTI फोटो)
intoday

ତେବେ କଂଗ୍ରେସ ପକ୍ଷରୁ ଆସ୍ଥ‌ା ଭୋଟ ପ୍ରସ୍ତାବ ଦିଆଯିବା ପରେ ବିଧାନସଭା ଅଧିବେଶନକୁ ଦିନ ୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର