ଜୟପୁର: ରାଜସ୍ଥାନର ବାଡ଼ମେରରେ ରବିବାର ଅପରାହ୍ଣରେ ଭୟଙ୍କର କାଳବୈଶାଖୀ ଦେଖାଯାଇଛି। ଭୀଷଣ ଧୂଳିଝଡ଼ ଯୋଗୁଁ ଏଠାରେ ଏକ ବଡ଼ ଟେଣ୍ଟ ଭୁଶୁଡ଼ି ପଡ଼ିଛି। ଦୁଃଖର କଥା ଯେ, ଟେଣ୍ଟ ଭୁଶିବାନ ସଙ୍ଗେ ସଙ୍ଗେ ସର୍ଟସାର୍କିଟ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ଶିକାର ହୋଇଥିବା ଅନ୍ୟ ୨୪ ଜଣଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ ଲୋକେ ଏଠାକୁ ରାମାୟଣ ପ୍ରବଚନ ଶୁଣିବା ପାଇଁ ଆସିଥିଲେ। ଏହି ସମୟରେ କାଳବୈଶାଖୀ ଆସିଥିଲା ଏବଂ ଟେଣ୍ଟ ଭୁଶୁଡ଼ି ପଡ଼ିଥିଲା। ଶେଷରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶା କରାଯାଉଛି।