ସ୍ୱଚ୍ଛ ଭାରତ ଅଭିଯାନକୁ ପରିହାସ; ଖୋଲାରେ ପରିସ୍ରା କରି ସମାଲୋଚନାରେ ବିଜେପି ମନ୍ତ୍ରୀ

ଆଜ୍‌ମର୍‌: ରାଜସ୍ଥାନରେ ଶାସକ ଦଳ ବିଜେପି ପାଇଁ ଏକ ଲଜ୍ଜାକର ଘଟଣା ଘଟିଛି। ଦଳର ଜଣେ ମନ୍ତ୍ରୀ ବାହାରେ ପରିସ୍ରା କରୁଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି। ଆଜ୍‌ମେର୍‌ର ଖୋଲାରେ ଏକ କାନ୍ଥ ଉପରେ ମନ୍ତ୍ରୀ ଜଣକ ପରିସ୍ରା କରୁଥିବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚହଳ ପକାଇଛି। ଏହି ମନ୍ତ୍ରୀ ଜଣକ ହେଉଛନ୍ତି ସମ୍ଭୁ ସିଂହ ଖତେସର୍‌। କାନ୍ଥ ଉପରେ ମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଫଟୋ ବିଶିଷ୍ଟ ଏକ ନିର୍ବାଚନ ପୋଷ୍ଟର୍‌ ଲଗାଯାଇଛି। ତାହାକୁ ଲାଗିକରି ମନ୍ତ୍ରୀ ସିଂହ ପରିସ୍ରା କରୁଥିବାର ଦେଖିବାକୁ ମିଳିଛି।

ଅପରପକ୍ଷରେ ବାହାରେ ପରିସ୍ରା କରୁଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମନ୍ତ୍ରୀ ସିଂହ। ତାଙ୍କ କହିବା କଥା ହେଲା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିସନ୍‌କୁ ଉଲଂଘନ କରିନାହାନ୍ତି। ସେ ଯେଉଁ ସ୍ଥାନରେ ପରିସ୍ରା କରୁଥିଲେ ତାହା କୌଣସି ସାର୍ବଜନୀନ ସ୍ଥାନ ନୁହେଁ, ବରଂ ଏକାନ୍ତ ସ୍ଥାନ ଅଟେ।

ମନ୍ତ୍ରୀ ଜଣକ ନିଜ ବିଷୟରେ ଆହୁରି ସଫେଇ ଦେଇ କହିଛନ୍ତି ଯେ ସେହି ଅଞ୍ଚଳକୁ ଅନେକ କିଲୋମିଟର ପର୍ଯ୍ୟନ୍ତ କୌଣସି ଶୌଚାଳୟ ନଥିଲା। ସେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହି ସକାଳୁ ପରିସ୍ରା କରିପାରିନଥିଲେ। ବାଧ୍ୟ ହୋଇ ତାଙ୍କୁ ବାହାରେ ପରିସ୍ରା କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର